ମଧ୍ୟ-ପୂର୍ବ ଦେଶ ବୃନେଇ ଗସ୍ତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି

Aug 31, 2024 - 11:33
 0  1
ମଧ୍ୟ-ପୂର୍ବ ଦେଶ ବୃନେଇ ଗସ୍ତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ମଧ୍ୟ-ପୂର୍ବ ଦେଶ ବୃନେଇ ଗସ୍ତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ପରେ ସେ ଯିବେ ସିଙ୍ଗାପୁର। ଏହା ପ୍ରଥମ ଥର ହେବ ଯେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ଗସ୍ତ ପାଇଁ ବୃନେଇ କରିବେ ଗସ୍ତ। ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ଉଭୟ ଦେଶ ଗସ୍ତ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଛି ସୂଚନା । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧୀର ଜୟସୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୩-୪ରେ ମହାରାଜା ସୁଲତାନ ହାସନଲ ବୋଲକିଆଙ୍କ ନିମନ୍ତ୍ରଣ କ୍ରମେ ଗସ୍ତ କରିବେ ବୃନେଇ । ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବୃନେଇକୁ ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ। ଭାରତ ଏବଂ ବୃନେଇ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବାର ୪୦ତମ ବର୍ଷ ପୂରଣ ଅବସରରେ ଅନୁଷ୍ଠିତ ହେଉଛି ଏହି ଗସ୍ତ । ଏହା ପରେ ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ନିମନ୍ତ୍ରଣ କ୍ରମେ ୪ ଏବଂ ୫ ସେପ୍ଟେମ୍ବରରେ ବୃନେଇରୁ ଗସ୍ତ କରିବେ ସିଙ୍ଗାପୁର ।

What's Your Reaction?

like

dislike

love

funny

angry

sad

wow