ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, ପାସ୍ ହାର ୮୨.୭୭ ପ୍ରତିଶତ

ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ବିଜ୍ଞାନ, ବାଣିଜ୍ୟ ,କଳା ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏଥର ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା । ଉତ୍ତୀର୍ଣ୍ଣ ହୋଇଛନ୍ତି ୩ ଲକ୍ଷ ୧୬ ହଜାର ୭୮୭ ଜଣ ଛାତ୍ରଛାତ୍ରୀ ।ଏଥର ପାସ୍ ହାର ରହିଛି ୮୨.୭୭ ପ୍ରତିଶତ । ବିଜ୍ଞାନରେ ପାସ୍ ହାର ୮୭.୪୯ ପ୍ରତିଶତ ରହିଥିବାବେଳେ କଳାରେ ପାସ୍ ହାର ୮୦.୫୧ ପ୍ରତିଶତ, କମର୍ସରେ ୮୩.୦୨ ପ୍ରତିଶତ ଏବଂ ଧନ୍ଦାମୂଳକ ପରୀକ୍ଷାରେ ପାସ୍ ହାର ରହିଛି ୬୦.୫୭ ପ୍ରତିଶତ ।
What's Your Reaction?






