ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ବି ମିଳିବ ପେଟ୍ରୋଲ୍‌

Jan 27, 2026 - 16:37
 0  19
ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ବି ମିଳିବ ପେଟ୍ରୋଲ୍‌

ଏଣିକି ଚାଲାଣ କଟିଥିଲେ ମଧ୍ୟ ମିଳିବ ପ୍ରଦୂଷଣ ପ୍ରମାଣପତ୍ର। ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କଲେ ଉଚ୍ଚନ୍ୟାୟଳୟ। ଉଚ୍ଚନ୍ୟାୟଳୟ କହିଛନ୍ତି ଯେ ଯଦି କୌଣସି ଗାଡ଼ିର ପୁରୁଣା ଚାଲାଣ କିମ୍ବା ଜରିମାନା ବାକି ରହିଛି, ତଥାପି ସେମାନଙ୍କୁ ମିଳିବ  ପ୍ରଦୂଷଣ ପ୍ରମାଣପତ୍ର । କେବଳ ଜରିମାନା ଆଦାୟ କରିବା ଉଦ୍ଦେଶ୍ୟରେ ସରକାର କାହାର ପ୍ରଦୂଷଣ ପ୍ରମାଣପତ୍ରକୁ ଅଟକାଇ ପାରିବେ ନାହିଁ କିମ୍ବା ଜରିମାନା ଭରିବାକୁ କରିପାରିବେ ନାହିଁ ବାଧ୍ୟ ।ଏହି ମାମଲାର ଶୁଣାଣି କରି 'ବାହନ' ପୋର୍ଟାଲରେ ତୁରନ୍ତ ସଂଶୋଧନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚନ୍ୟାୟଳୟ ।ସେହିପରି ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମଧ୍ଯ ପେଟ୍ରୋଲ ପମ୍ପରେ ମିଳିପାରିବ ପେଟ୍ରୋଲ।

What's Your Reaction?

like

dislike

love

funny

angry

sad

wow