ପ୍ୟାରିସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହୋଇଛି ଅଲିମ୍ପିକ୍ସର ୩୫ତମ ସଂସ୍କରଣ

ପ୍ୟାରିସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହୋଇଛି ଅଲିମ୍ପିକ୍ସର ୩୫ତମ ସଂସ୍କରଣ। ବିଧିବଦ୍ଧ ଭାବେ ଏହାର ଶୁଭାରମ୍ଭ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି । କ୍ରୀଡା ଇତିହାସରେ ପ୍ରଥମ ଥର ପାଇଁ ଷ୍ଟାଡିୟମ ବାହାରେ ଆୟୋଜନ ହୋଇଛି ଉଦଘାଟନୀ ଉତ୍ସବ। ସେନ୍ ନଦୀରେ ଅନୁଷ୍ଠିତ ହୋଇଥିଲା ଆଖି ଝଲସା କାର୍ଯ୍ୟକ୍ରମ।ନୃତ୍ୟ, ସଙ୍ଗୀତ, କଳାକାରଙ୍କ କୋଳାହଳ ଓ ହଜାର ହଜାର ପ୍ରଶଂସକ ଉପସ୍ଥିତି ଏହି ଉଦଘାଟନୀ ଉତ୍ସବକୁ କରିଥିଲା ବେଶ ସ୍ମରଣୀୟ ।ଉଦଘାଟନୀ କାର୍ଯ୍ୟକ୍ରମରେ ନିଆରା ଅନ୍ଦାଜରେ ଡଙ୍ଗାରେ ଆସିଥିଲେ ବିଭିନ୍ନ ଦେଶର କ୍ରୀଡ଼ାବିତ୍। ୨୦୬ ଟି ଦେଶର ୬୫୦୦ରୁ ଅଧିକ କ୍ରୀଡାବିତ୍ ୯୪ଟି ଡଙ୍ଗାରେ ୪ କିଲୋମିଟର ପର୍ଯ୍ୟନ୍ତ ଲମ୍ୱା ପ୍ୟାରେଡ୍ ଅଫ୍ ନେସନ୍ସରେ ନେଇଥିଲେ ଭାଗ । ତେବେ ଏହି କାର୍ଯ୍ୟକ୍ରମରେ କିଛି ଖେଳାଳିଙ୍କୁ ପ୍ୟାରେଡରେ ସାମିଲ ହେବାକୁ ମିଳିନଥିଲା ଅନୁମତି ।ପ୍ରାୟ ୩ଘଣ୍ଟା ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫରାସୀ ବିପ୍ଲବ, ଐତିହ୍ୟ ପରମ୍ପରା, ଭାସ୍କର୍ଯ୍ୟ ଓ କାରୁ କାରୁକାର୍ଯ୍ୟର ସଙ୍ଗମ ଦେଖିବାକୁ ମିଳିଛି। ଆଜି ହକିରୁ ଅଭିଯାନ ଆରମ୍ଭ କରିବ ଭାରତୀୟ ଦଳ। ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତୀୟ ହକି ଦଳ ଖେଳିବ ନିଜର ପ୍ରଥମ ମ୍ୟାଚ୍ ।
What's Your Reaction?






