ବଦଳିଲା ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ ନିଷ୍ପତ୍ତି
ବଦଳିଲା ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ ନିଷ୍ପତ୍ତି । ନୂଆ ନିର୍ଦ୍ଦେଶନାମା ମୁତାବକ, ସରକାରୀ ଅଧିକାରୀଙ୍କୁ ଛୁଟି ମିଳିବ, ହେଲେ ଆବଶ୍ୟକ ସ୍ଥଳେ ସେମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ପଡିପାରେ । ଏଥିସହ ଜରୁରୀକାଳୀନ ସ୍ଥିତିରେ ମୋବାଇଲ୍ ଫୋନରେ ଉପଲବ୍ଧ ରହିବାକୁ ପଡିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର । ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ନେଇ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ନୂଆ ସରକାର ଶପଥ ଗ୍ରହଣ କରିବାକୁ ଥିବାରୁ ଜୁନ୍ ୩୦ ଯାଏଁ ଛୁଟି ବାତିଲ୍ କରାଯାଇଥିଲା । ସରକାରୀ ଅଧିକାରୀମାନେ ହେଡକ୍ୱାର୍ଟର ନ ଛାଡିବାକୁ ମଧ୍ଯ ଏଥିରେ ଦିଆଯାଇଥିଲା ନିର୍ଦ୍ଦେଶ ।
What's Your Reaction?