ବଦଳିଲା ୟୁପିଏସସି ପରୀକ୍ଷାନିୟମ
ବଦଳିଲା ୟୁପିଏସସି ପରୀକ୍ଷାନିୟମ । ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୬ ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗ ପକ୍ଷରୁ ପ୍ରକାଶ ପାଇଛି ଏକ ଗୁରୁତ୍ବପୂର୍ଣ୍ଣ ବିଜ୍ଞପ୍ତି । ଚଳିତ ବର୍ଷ କମିସନ ନିୟମାବଳୀରେ ବ୍ୟାପକ ସଂଶୋଧନ କରି ପୂର୍ବରୁ ବିଭିନ୍ନ ସେବାରେ ନିଯୁକ୍ତ ପ୍ରାର୍ଥୀଙ୍କ ପାଇଁ ପୁନର୍ବାର ପରୀକ୍ଷା ଦେବା କ୍ଷେତ୍ରରେ ଲଗାଇଛନ୍ତି ନୂଆ କଟକଣା ।ବିଶେଷ କରି ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବୈଦେଶିକ ସେବା ଏବଂ ଭାରତୀୟ ପୁଲିସ ସେବା ଅଧିକାରୀଙ୍କ ପାଇଁ ଅଧିକ ସ୍ପଷ୍ଟ ହୋଇଛି ଏହି ନୂତନ ନିୟମ । ନୂତନ ନିୟମ ଅନୁଯାୟୀ, ଯେଉଁ ପ୍ରାର୍ଥୀମାନେ ପୂର୍ବରୁ ଆଇଏଏସ୍ କିମ୍ବା ଆଇଏଫଏସ୍ ଭାବେ ନିଯୁକ୍ତି ପାଇସାରିଛନ୍ତି ଏବଂ ସେହି ପଦବିରେ କାର୍ଯ୍ୟରତ ଅଛନ୍ତି, ସେମାନେ ସିଏସ୍ଇ ୨୦୨୬ ପାଇଁ କରିପାରିବେ ନାହିଁ ଆବେଦନ । ଯଦି କୌଣସି ପ୍ରାର୍ଥୀ ପୂର୍ବ ବର୍ଷର ପରୀକ୍ଷା ଆଧାରରେ ପ୍ରାଥମିକ ପରୀକ୍ଷା ପରେ ଏହି ସେବାଗୁଡ଼ିକରେ ଯୋଗ ଦିଅନ୍ତି, ତେବେ ସେମାନେ ପରବର୍ତ୍ତୀ ମୁଖ୍ୟ ପରୀକ୍ଷା ଦେବାକୁ ହେବେ ଅଯୋଗ୍ୟ ବିବେଚିତ ।
What's Your Reaction?