ବାଇଡେନଙ୍କ ପୁଅ ଦୋଷୀ ସାବ୍ୟସ୍ତ

Jun 12, 2024 - 12:45
 0  2
ବାଇଡେନଙ୍କ ପୁଅ ଦୋଷୀ ସାବ୍ୟସ୍ତ

ନିର୍ବାଚନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ବଢିଲା ଅଡ଼ୁଆ।ବେଆଇନ ଭାବରେ ବନ୍ଧୁକ ରଖିବା ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର ବାଇଡେନ୍‌ ହଣ୍ଟରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଓ୍ବିଲମିଙ୍ଗଟନ୍‌ ଫେଡେରାଲ ଅଦାଲତ।ସୂଚନା ଅନୁଯାୟୀ,  ୨୦୧୮ ଅକ୍ଟୋବରରେ କୋଲ୍ଟ କୋବରା ହ୍ୟାଣ୍ଡଗନ୍‌ କିଣିଥିଲେ ହଣ୍ଟର । କିନ୍ତୁ ଏନେଇ ସେ ସଠିକ୍‌ ସୂଚନା ଦେଇ ନ ଥିବା ହୋଇଥିଲା ଅଭିଯୋଗ । ଉକ୍ତ ସମୟରେ ସେ ଡ୍ରଗ୍ସ ଓ ନିଶା ଦ୍ରବ୍ୟ ନିୟମିତ ଭାବେ ସେବନ କରୁଥିବା ବେଳେ ଏନେଇ ଡକ୍ୟୁମେଣ୍ଟରେ ଦେଇଥିଲେ ମିଥ୍ୟା ତଥ୍ୟ ।ଆମେରିକାର ଆଇନ୍‌ ଅନୁସାରେ ନିଶା ଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତି ନିଜ ପାଖରେ ରଖି ପାରିବେ ନାହିଁ ବନ୍ଧୁକ କିମ୍ବା ଅନ୍ୟ କୌଣସି ହତିଆର। ଏହି ମାମଲାରେ ସର୍ବାଧିକ ୨୫ ବର୍ଷ ଯାଏ କାରାଗାର ଦଣ୍ଡର ରହିଛି ବ୍ୟବସ୍ଥା ।  ହଣ୍ଟର ଦୋଷୀ ସାବ୍ୟସ୍ତ ହୋଇ ସାରିଥିବା ବେଳେ ଏହାର ୧୨୦ ଦିନ ଅର୍ଥାତ ୪ ମାସ ମଧ୍ୟରେ ତାଙ୍କ ବିରୋଧରେ ହୋଇପାରେ ଦଣ୍ଡ ଘୋଷଣା । 

What's Your Reaction?

like

dislike

love

funny

angry

sad

wow