ବଦଳିଲା ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ ନିଷ୍ପତ୍ତି

Jun 12, 2024 - 15:05
 0  3
ବଦଳିଲା ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ ନିଷ୍ପତ୍ତି

ବଦଳିଲା ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ ନିଷ୍ପତ୍ତି । ନୂଆ ନିର୍ଦ୍ଦେଶନାମା ମୁତାବକ, ସରକାରୀ ଅଧିକାରୀଙ୍କୁ ଛୁଟି ମିଳିବ, ହେଲେ ଆବଶ୍ୟକ ସ୍ଥଳେ ସେମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ପଡିପାରେ । ଏଥିସହ ଜରୁରୀକାଳୀନ ସ୍ଥିତିରେ ମୋବାଇଲ୍ ଫୋନରେ ଉପଲବ୍ଧ ରହିବାକୁ ପଡିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର । ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ନେଇ ପ୍ରକାଶ ପାଇଥିଲା ବିଜ୍ଞପ୍ତି  । ନୂଆ ସରକାର ଶପଥ ଗ୍ରହଣ କରିବାକୁ ଥିବାରୁ ଜୁନ୍ ୩୦ ଯାଏଁ ଛୁଟି ବାତିଲ୍ କରାଯାଇଥିଲା । ସରକାରୀ ଅଧିକାରୀମାନେ ହେଡକ୍ୱାର୍ଟର ନ ଛାଡିବାକୁ ମଧ୍ଯ ଏଥିରେ ଦିଆଯାଇଥିଲା ନିର୍ଦ୍ଦେଶ  ।

What's Your Reaction?

like

dislike

love

funny

angry

sad

wow