ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନେଇ ପାରିବେ ସ୍କୁଲ ଛୁଟି ନିଷ୍ପତ୍ତି: ରାଜସ୍ବ ମନ୍ତ୍ରୀଙ୍କ ସୂଚନା

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ, ବର୍ତ୍ତମାନ ସକାଳୁଆ ଅଛି ସ୍କୁଲ । ଏସ୍ଓପି ବାହାରେ ନିଷ୍ପତ୍ତି ନେବା ପାଇଁ ଜିଲ୍ଲପାଳ ମାନଙ୍କୁ କରାଯାଇଛି ଅଧିକୃତ । ଆବଶ୍ୟକ ପଡିଲେ ସେମାନେ ନେଇପାରିବେ ସମ୍ପୃକ୍ତ ଜିଲ୍ଲାର ସ୍କୁଲ ବନ୍ଦ ନିଷ୍ପତ୍ତି । ଯେଉଁ ସ୍ଥାନରେ ନିର୍ଦ୍ଧିଷ୍ଟ ତାପମାତ୍ରା ଠାରୁ ଅଧିକ ତାପମାତ୍ରା ବଢିବ, ସେଠାରେ ନିଜେ ଅନୁଭବ କରି ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବେ ଜିଲ୍ଲାପାଳ । ସେ ଆହୁରି କହିଛନ୍ତି ଯେ,ସାରା ଓଡ଼ିଶାରେ ଗ୍ରୀଷ୍ମ ପରିସ୍ଥିତି ପାଇଁ ଖୁବଶୀଘ୍ର ହେବ ସମୀକ୍ଷା। ଦିନେ ଦୁଇ ଦିନ ମଧ୍ୟରେ ଆଲୋଚନା ହୋଇ ଜାରି କରାଯିବ ଅଧିକ ନିର୍ଦ୍ଦେଶାବଳୀ । ରାଜ୍ୟ ପାଇଁ ଯେଉଁ ଏସ୍ଓପି ଜାରି ହୋଇଛି ତାର ବାହାରେ ଲୋକଙ୍କର ଜୀବନ ରକ୍ଷା ପାଇଁ ଯାହା ଯାହା ପଦକ୍ଷେପ ନେବାକଥା ନେଇପାରିବେ । ଆହୁରି ଅଧିକ କଟକଣା ମଧ୍ୟ ଲଗାଇ ପାରିବେ ଏବଂ ଏସ୍ଓପି ମଧ୍ୟ କରିପାରିବେ ଜାରି।
What's Your Reaction?






