ବାଲେଶ୍ୱରରେ ଭୁଶୁଡ଼ିଲା ଐତିହାସିକ କୋଠା, ଫକୀରମୋହନ ସେନାପତିଙ୍କ ସହ ରହିଛି ସ୍ମୃତି

Sep 28, 2026 - 12:03
ବାଲେଶ୍ୱରରେ ଭୁଶୁଡ଼ିଲା ଐତିହାସିକ କୋଠା, ଫକୀରମୋହନ ସେନାପତିଙ୍କ ସହ ରହିଛି ସ୍ମୃତି

ବାଲେଶ୍ୱର ଦାମୋଦରପୁରରେ ଭୁଶୁଡ଼ି ପଡ଼ିଲା ୩ଶହ ବର୍ଷର ପୁରୁଣା ଦୁଇ ମହଲା କୋଠା । ଏହି ପୁରୁଣା କୋଠାରେ ରହି ପାଠ ପଢୁଥିଲେ ଓଡ଼ିଆ ଭାଷାର ଯଶସ୍ୱୀ ସାହିତ୍ୟିକ ଫକୀରମୋହନ ସେନାପତି । ଲଗାଣ ବର୍ଷା ଯୋଗୁଁ କୋଠାଟି ଭୁଶୁଡ଼ି ପଡ଼ିଥିବା କୁହାଯାଉଛି ।

ତେବେ ଘଟଣାରେ କେହି ଆହତ ହୋଇନାହାନ୍ତି । ବାଚୁ କେଶବ ରାଓଙ୍କ ପରିବାରର ପିଢ଼ି ପରେ ପିଢ଼ି ଏହି କୋଠାରେ ରହିଆସୁଛନ୍ତି । କୋଠାର ଗୋଟିଏ ପାର୍ଶ୍ୱରେ ଲୋକେ ରହୁଥିବା ବେଳେ ଅନ୍ୟ ପାର୍ଶ୍ୱର ଅଧା କୋଠା ଭୁଶୁଡ଼ି ପଡ଼ିଛି । 

What's Your Reaction?

like

dislike

love

funny

angry

sad

wow