ଢେଙ୍କାନାଳରେ ହାତୀ ଆକ୍ରମଣ; ଚାଷ ଜମିରୁ ମିଳିଲା ଚାଷୀଙ୍କ ମୃତଦେହ, ଗାଁ ପାଖରେ ହାତୀପଲ
ବାଲିମି ଥାନା ପାଟଲା ଗାଁର ବିଷ୍ଣୁ ନାଏକ ଗତକାଲି ସନ୍ଧ୍ୟାରେ ନିଜ ଚାଷ ଜମି ଦେଖିବାକୁ ଯାଇଥିଲେ । ହେଲେ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ।
ଢେଙ୍କାନାଳ ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ବାଲିମି ଥାନା ପାଟଲା ଗାଁର ବିଷ୍ଣୁ ନାଏକ ଗତକାଲି ସନ୍ଧ୍ୟାରେ ନିଜ ଚାଷ ଜମି ଦେଖିବାକୁ ଯାଇଥିଲେ । ହେଲେ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ।
ଆଜି ସକାଳୁ ଧାନ ଜମିରୁ ବିଷ୍ଣୁଙ୍କ ମୃତଦେହ ଠାବ ହୋଇଛି । ହାତୀ ଆକ୍ରମଣରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ବି ଗାଁ ନିକଟରେ ହାତୀପଲ ରହିଥିବାରୁ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି ।
ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲ ଉପରେ ନଜର ରଖିଛନ୍ତି । ହିନ୍ଦୋଳରେ କ୍ରମାଗତ ହାତୀ ଆକ୍ରମଣକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଏବଂ ହାତୀପଲକୁ ଅନ୍ୟତ୍ର ଘଉଡ଼ାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
What's Your Reaction?