ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ
ଦେଶରେ ପ୍ରଥମ ଥର ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ । ଏଥିପାଇଁ ପ୍ରାର୍ଥୀ ଦେଇଛି ଇଣ୍ଡିଆ ମେଣ୍ଟ । ସାଂସଦ କେ ସୁରେଶଙ୍କୁ କରାଯାଇଛି ବିରୋଧୀ ଦଳର ବାଚସ୍ପତି ପ୍ରାର୍ଥୀ ।ସେହିପରି ବିଜେପି ସାଂସଦ ତଥା ପୂର୍ବତନ ବାଚସ୍ପତି ଓମ୍ ବିର୍ଲାଙ୍କୁ ପୁଣିଥରେ ଲୋକସଭା ବାଚସ୍ପତି ପଦ ପାଇଁ ପ୍ରାର୍ଥୀ କରିଛି ଏନଡିଏ ମେଣ୍ଟ। ଦୁଇ ନେତା ଆଜି ବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ମିଳିଛି ସୂଚନା। ଆସନ୍ତାକାଲି ଦିନ ୧୧ଟାରେ ବାଚସ୍ପତି ପଦ ପାଇଁ ପଡିବ ଭୋଟ୍ ।
Jangyaseni Parida