ବିନା ଲାଞ୍ଚରେ ରାଜସ୍ବ ସେବା ଦେବାପାଇଁ ପ୍ରସ୍ତୁତ ସରକାର
Revenue Minister Suresh Pujari has appealed to citizens to inform him if any official demands a bribe. He said guidelines have been issued to provide VIP-like treatment to common people. Citizens are the real owners. Offices have been instructed to provide seating and drinking water. Corruption will be eliminated, and services will be provided without bribes.
ରାଜସ୍ୱ ଅଧିକାରୀ ଲାଞ୍ଚ ମାଗିଲେ ମୋତେ କରାନ୍ତୁ ଅବଗତ। ଏଭଳି ଆହ୍ବାନ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।ସେ ଆହୁରି କହିଛନ୍ତି ଯେ, ସାଧାରଣ ନାଗରିକଙ୍କୁ VIP ଟ୍ରିଟମେଣ୍ଟ ଯୋଗାଇ ଦେବା ପାଇଁ ଆମେ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଜାରି କରିଛୁ ସଂସ୍କାର ମୂଳକ ମାର୍ଗଦର୍ଶିକା।ସାଧାରଣ ନାଗରିକ ହେଉଛନ୍ତି ମାଲିକ । କାର୍ଯ୍ୟାଳୟକୁ ଆସିଲେ ଚୌକି ସହ ପିଇବାକୁ ପାଣି ଦେବା ପାଇଁ କହିଛି ବିଭାଗ । ଦୁର୍ନୀତି ସମସ୍ୟା ଅଛି ,ଯାହା ଅଭ୍ୟାସରେ ହୋଇଛି ପରିଣତ। ଏହାକୁ ବନ୍ଦ କରାଯାଇ ପୁରା ରାଜସ୍ବ ବିଭାଗକୁ କରାଯିବ ଦୁର୍ନୀତିମୁକ୍ତ। କିଛି ସମୟ ବିଳମ୍ବ ହୋଇପାରେ କିନ୍ତୁ କାହାକୁ ଲାଞ୍ଚ ଦିଅନ୍ତୁ ନାହିଁ। ବିନା ଲାଞ୍ଚରେ ରାଜସ୍ବ ସେବା ଦେବାପାଇଁ ପ୍ରସ୍ତୁତ ଅଛନ୍ତି ସରକାର। ଯିଏ ପଇସା ମାଗିବ ମତେ ଜଣାନ୍ତୁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ।
What's Your Reaction?