ବିଶ୍ବରେ କାୟା ମେଲାଉଛି ଏମପକ୍ସ
ବିଶ୍ବରେ କାୟା ମେଲାଉଛି ଏମପକ୍ସ। ସୁଇଡେନ ପରେ ପାକିସ୍ତାନର ଖାଇବର ପାଖତୁନଖାୱାରେ ଠାବ ହୋଇଛନ୍ତି ୩ ରୋଗୀ। ପାରସ୍ପରିକ ସମ୍ପର୍କ ଜରିଆରେ ସଂକ୍ରମିତ ହେଉଛି ଏମପକ୍ସ ଭୂତାଣୁ। ପାକିସ୍ତାନରୁ ଚିହ୍ନଟ ରୋଗୀମାନେ ସଂଯୁକ୍ତ ଆରବ ଏମିରେଟସରୁ ଆସିଥିବା ମିଳିଛି ସୂଚନା ।ଏହି ଭୂତାଣୁକୁ ନେଇ ଦୁଇ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସମଗ୍ର ବିଶ୍ୱ ଲାଗି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।ସେପଟେ ବୁରୁଣ୍ଡି, କେନିଆ, ରାୱାଣ୍ଡା, ଉଗାଣ୍ଡା ଆଦି ଦେଶରେ ଅନେକ ରୋଗୀ ହେଲେଣି ସଂକ୍ରମିତ।
Jangyaseni Parida