ବୌଦ୍ଧରେ ମର୍ମନ୍ତୁଦ ଦୁର୍ଘଟଣା ,୪୦ରୁ ଅଧିକ ଯାତ୍ରୀ ଆହତ

Jul 20, 2024 - 12:40
 0  5
ବୌଦ୍ଧରେ ମର୍ମନ୍ତୁଦ ଦୁର୍ଘଟଣା ,୪୦ରୁ ଅଧିକ ଯାତ୍ରୀ ଆହତ

ବୌଦ୍ଧ ଥାନା ବାମଣ୍ଡାରେ ସୁନାଖାଇ ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ। ଫଳରେ ୪୦ରୁ ଅଧିକ ଯାତ୍ରୀ ଗୁରୁତର । ଗୁରୁତର ମାନଙ୍କୁ ବୌଦ୍ଧ ହାସପାତାଳରେ କରାଯାଇଛି ଭର୍ତ୍ତି  ।ବସଟି ଭୁବନେଶ୍ଵର ରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ଘଟିଛି  ଏହି ଦୁର୍ଘଟଣା । ବସରେ ରହିଥିଲେ  ପ୍ରାୟ ୬୦ରୁ ଉଦ୍ଧ୍ୱର୍ ଯାତ୍ରୀ ।ତେବେ ଗାଡି ଚାଳକ ମଦ୍ୟପାନ କରିବା ସହ ଦ୍ରୁତ ଗତିରେ ଗାଡି ଚଳାଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ବସ୍ ରେ ଥିବା ଯାତ୍ରୀ । ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଉଭୟ ଡ୍ରାଇଭର ଫେରାର ହୋଇଯାଇଥିବା ମିଳିଛି ସୂଚନା। ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ପୁଲିସ  ।

What's Your Reaction?

like

dislike

love

funny

angry

sad

wow