ବ୍ୟାଙ୍କ ଧର୍ମଘଟ ପାଇଁ ୧୦ ହଜାର କୋଟିର କାରବାର ଠପ୍

Jan 28, 2026 - 15:49
 0  3
 ବ୍ୟାଙ୍କ ଧର୍ମଘଟ ପାଇଁ  ୧୦ ହଜାର କୋଟିର କାରବାର ଠପ୍

 ବ୍ୟାଙ୍କ ଧର୍ମଘଟରୁ ଠପ୍ ହେଲା ୧୦ ହଜାର କୋଟିର କାରବାର। ମଙ୍ଗଳବାର ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଦେଖିବାକୁ ମିଳିଥିଲା ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟର ପ୍ରଭାବ । ବ୍ୟାଙ୍କ ଶାଖାଗୁଡ଼ିକ ସାମ୍ନାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ  କର୍ମଚାରୀ। ଏହି ଧର୍ମଘଟ ଦ୍ବାରା ସାରା ରାଜ୍ୟରେ ୧୦ ହଜାର କୋଟି ଟଙ୍କାର ବ୍ୟାଙ୍କ କାରବାର ହୋଇଛି ପ୍ରଭାବିତ ।ସେହପରି  ହୋଇପାରି ନାହିଁ ଚେକ୍‌ କ୍ଲିୟରିଂ ଓ ନଗଦ କାରବାର।ସୂଚନାଯୋଗ୍ୟ ଯେ, ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଦାବିରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିଲେ ବ୍ୟାଙ୍କ କର୍ମଚାରୀ।

What's Your Reaction?

like

dislike

love

funny

angry

sad

wow