ଭାରତରେ ଭୂମିକମ୍ପ ହେବାର ୬ ଘଣ୍ଟା ପରେ ଥରିଲା ପାକିସ୍ତାନ

Oct 17, 2026 - 12:48
ଭାରତରେ ଭୂମିକମ୍ପ ହେବାର ୬ ଘଣ୍ଟା ପରେ ଥରିଲା ପାକିସ୍ତାନ

ଭାରତ ପରେ ପାକିସ୍ତାନରେ ମଧ୍ୟ ଜୋରଦାର୍ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ବଲୁଚିସ୍ତାନ ପ୍ରଦେଶର ଖୁଜଦାରରେ ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ରିପୋର୍ଟ ମିଳିଛି। ଶନିବାର ଭାରତୀୟ ସମୟ ପୂର୍ବାହ୍ନ ୧୦ଟା ୩୭ ସମୟରେ ପାକିସ୍ତାନରେ 

ଭାରତ ପରେ ପାକିସ୍ତାନରେ ମଧ୍ୟ ଜୋରଦାର୍ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ବଲୁଚିସ୍ତାନ ପ୍ରଦେଶର ଖୁଜଦାରରେ ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ରିପୋର୍ଟ ମିଳିଛି। ଶନିବାର ଭାରତୀୟ ସମୟ ପୂର୍ବାହ୍ନ ୧୦ଟା ୩୭ ସମୟରେ ପାକିସ୍ତାନରେ ୫.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁସାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ପ୍ରାୟ ୧୫ କିଲୋମିଟର ଗଭୀରତାରେ ୨୭.୯୪୪ ଉତ୍ତର ଅକ୍ଷାଂଶ ଏବଂ ୬୬.୫୩୨ ପୂର୍ବ ଦ୍ରାଘିମାରେ ରେକର୍ଡ କରାଯାଇଛି। ଭାରତରେ ଭୂମିକମ୍ପ ହେବାର ୬ ଘଣ୍ଟା ପରେ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ମୃତାହତଙ୍କ ବିଷୟରେ ବିସ୍ତୃତ ସୂଚନା ମିଳିନାହିଁ।ଶନିବାର ଭୋର ୪ଟା ୩୬ ସମୟରେ ହିମାଚଳ ପ୍ରଦେଶର ସିମଲାରେ ୪.୧ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା। ଘରେ ଶୋଇଥିବା ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ର ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା ଏବଂ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା। 

What's Your Reaction?

like

dislike

love

funny

angry

sad

wow