ଭୂବନେଶ୍ୱରରୁ ହଟିବେ ବାଂଲାଦେଶୀ

May 20, 2025 - 13:11
 0  16
ଭୂବନେଶ୍ୱରରୁ ହଟିବେ ବାଂଲାଦେଶୀ

ରାଜଧାନୀ ଭୂବନେଶ୍ୱରରୁ ହଟିବେ ବାଂଲାଦେଶୀ। ସରକାର ନେଇଥିବା ନିଷ୍ପତ୍ତିକୁ ସହଯୋଗ କରିବ ଭୁବନେଶ୍ୱର ମହାନଗର ନିଗମ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଣପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟାରେ ସହଯୋଗ କରିବ ବିଏମ୍‌ସି। ଖାତା ଖତିୟାନ ନଥିବା ବାଂଲାଦେଶୀଙ୍କୁ ସହରରୁ କରାଯିବ ବାହାର। ଦେଶର ସୁରକ୍ଷା ଆମର ପ୍ରାଥମିକତା। ଯେଉଁମାନଙ୍କ ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ପଡି କାର୍ଡ ଅଛି,ସେମାନଙ୍କର ନାହିଁ କୌଣସି ସମସ୍ୟା । ଯେଉଁମାନେ ସୀମା ପାର ହୋଇ ଆସୁଛନ୍ତି,ତାଙ୍କୁ କରାଯିବ ଚିହ୍ନଟ। ଭୁବନେଶ୍ୱର ଶ୍ରୀୟା ଛକ ଓ ଆଜାଦ ନଗରରେ ରହୁଛନ୍ତି ଅଧିକାଶଂ ବାଂଲାଦେଶୀ। 

What's Your Reaction?

like

dislike

love

funny

angry

sad

wow