ଭେଣ୍ଡିଂ ଜୋନ୍ ଏବଂ ଓମଫେଡ୍ ବୁଥରେ ଗୁଟ୍ଖା ବିକ୍ରି ନିଷେଧ
ଜୋରଦାର ହେବ ଗୁଟ୍ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍ । ଭେଣ୍ଡିଂ ଜୋନ୍, ଓମଫେଡ୍ ବୁଥରେ ଗୁଟ୍ଖା ବିକିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଯେଉଁମାନେ ବିକ୍ରି କରିବେ ସେମାନଙ୍କର ଲାଇସେନ୍ସ ବାତିଲ କରିବା ନେଇ ଚେତାବନୀ ଦେଇଛି ଭୂବନେଶ୍ୱର ମହାନଗର ନିଗମ। ସେହିପରି ହଟାଇ ଦିଆଯିବ ଗୁଟଖା ପ୍ରଚାର ଲାଗି ଲଗାଯାଇଥିବା ହୋର୍ଡି । ଯଦି କୌଣସି ଏଜେନ୍ସି ଗୁଟଖା ହୋର୍ଡିଂ ମାରନ୍ତି, ତେବେ ସେମାନଙ୍କଠାରୁ ଜରିମାନା ହେବ ଆଦାୟ । ଭୂବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଗୁଟ୍ଖା ବିକ୍ରିକୁ କରାଯାଇଛି ସମ୍ପୂର୍ଣ୍ଣ ନିଷେଧ । ବିଏମ୍ସି ସାଧାରଣ ପରିଷଦ ବୈଠକରେ ଏନେଇ ନିଆଯାଇଛି ନିଷ୍ପତ୍ତି ।
What's Your Reaction?