ଭୟ ବଢାଉଛି ବାତ୍ୟା:ସର୍ତକ ରହିବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ପରାର୍ମଶ

Oct 19, 2024 - 12:05
 0  1
ଭୟ ବଢାଉଛି ବାତ୍ୟା:ସର୍ତକ ରହିବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ପରାର୍ମଶ

ଆସୁଛି ବର୍ଷା। ଏଥିପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ସୂଚନା ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଗୋଟେ ପଟେ ଅକ୍ଟୋବରରେ ବାତ୍ୟାକୁ ନେଇ ଭୟ ବଢୁଥିବା ବେଳେ ୨୨ ତାରିଖରେ ହେବାକୁ ଥିବା ଲଘୁଚାପ ଉପରେ ରହିଛି ନଜର। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତାକାଲି ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୨୨ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ରହିଛି ସମ୍ଭାବନା । ଯାହା ପରବର୍ତ୍ତୀ ସମୟରେ ଅବପାତରେ ହେବ ପରିଣତ । ୨୩ ତାରିଖରୁ ରାଜ୍ୟରେ ହେବ ବର୍ଷା । ବିଶେଷ କରି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କିନ୍ତୁ ଏପର୍ଯ୍ୟନ୍ତ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ଆସିନଥିବା କହିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

What's Your Reaction?

like

dislike

love

funny

angry

sad

wow