ମାର୍ଚ୍ଚ ଶେଷ ସୁଦ୍ଧା ଗଠନ ହେବ ନୂଆ ରାଜନୈତିକ ଦଳ
ମାର୍ଚ୍ଚ ଶେଷ ସୁଦ୍ଧା ଗଠନ ହେବ ନୂଆ ରାଜନୈତିକ ଦଳ। ଏନେଇ ସୂଚନା ଦେଇଛନ୍ତି ପୂର୍ବତନ କଂଗ୍ରେସ ନେତା ମହମ୍ମଦ ମୋକିମ୍। ସେ କହିଛନ୍ତି ଯେ 'ନୂଆ ଦଳ ଗଠନ ପାଇଁ ଏବେ ଚାଲିଛି ସମୀକରଣ ପ୍ରକ୍ରିୟା। ପୂରା ରାଜ୍ୟର ବିଭିନ୍ନ ମହଲରୁ ନିଆଯାଉଛି ଜନ ମତାମତ । ଯେକୌଣସି ବଡ଼ କାର୍ଯ୍ୟ ପୂର୍ବରୁ ଆବଶ୍ୟକ ହୋଇଥାଏ ଅନେକ ପରାମର୍ଶ ' । 'ପର୍ଯ୍ୟାୟ କ୍ରମେ ଆମେ ଆଗକୁ ବଢୁଛୁ I ମାର୍ଚ୍ଚ ଶେଷ ସୁଦ୍ଧା ହୋଇ ସାରିଥିବ ସମସ୍ତ ଚୂଡାନ୍ତ ବ୍ୟବସ୍ଥା । ତେବେ ନୂଆ ରାଜନୈତିକ ଦଳର ଭିତ୍ତିଭୂମି ଯେ ନିଶ୍ଚୟ ପଡ଼ିବ ସେ ବିଷୟରେ କୌଣସି ସନ୍ଦେହ ନାହିଁ ବୋଲି ରୋକ୍ଠୋକ ଶୁଣାଇଛନ୍ତି ମହମ୍ମଦ ମୋକିମ୍।
What's Your Reaction?