ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅରବିନ୍ଦ କେଜ୍ରିୱାଲ

Sep 15, 2024 - 13:03
Sep 15, 2024 - 13:20
 0  2
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅରବିନ୍ଦ କେଜ୍ରିୱାଲ

ଅବକାରୀ ନୀତି ଦୁର୍ନୀତି ମାମଲାରେ ଅଦାଲତରୁ ଜାମିନ ମିଳିବା ପରେ ଆଜି ଇସ୍ତଫା ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆପ୍ ମୁଖ୍ୟାଳୟ ରେ ଦଳ ନେତାଙ୍କୁ ସମ୍ବୋଧନ କରିବା ଅବସରରେ ସେ କହିଛନ୍ତି ଯେ, 'ଦୁଇ ଦିନ ପରେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଦେବି ଇସ୍ତଫା ।ଜନତା ସେମାନଙ୍କର ନିଷ୍ପତ୍ତି ଘୋଷଣା ନକରିବା ପର୍ଯ୍ୟନ୍ତ ମୁଁ ସେହି ଆସନରେ ବସିବି ନାହିଁ। ଦିଲ୍ଲୀ ନିର୍ବାଚନକୁ ଆଉ କିଛି ମାସ ବାକି ଅଛି। ମୁଁ ଆଇନ ଅଦାଲତରୁ ନ୍ୟାୟ ପାଇଛି, ବର୍ତ୍ତମାନ ମୁଁ ଜନତାଙ୍କ ଅଦାଲତରୁ ନ୍ୟାୟ ପାଇବି।" ଲୋକଙ୍କ ନିର୍ଦ୍ଦେଶ ପରେ ଯାଇ ମୁଁ ମୁଖ୍ୟମନ୍ତ୍ରୀ ଚେୟାରରେ ବସିବି ବୋଲି କହିଛନ୍ତି କେଜ୍ରିୱାଲ।ସେ ଆହୁରି କହିଛନ୍ତି ଯେ, ବ୍ରିଟିଶ ଶାସନ ତୁଳନାରେ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦୀ ନୀତି ଅଧିକ। ଆମ ଆଦମୀ ପାର୍ଟିକୁ ଭାଙ୍ଗିବା ଲାଗି ଚାଲିଛି ଷଡ଼ଯନ୍ତ୍ର। ମିଛ ମାମଲାରେ ମୋତେ କାରାଗାରରେ ଫସାଇ ଦିଆଗଲା।  ଗଣତାନ୍ତ୍ରିକ ସରକାରଗୁଡିକୁ ଭଙ୍ଗାଯାଉଛି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ।

What's Your Reaction?

like

dislike

love

funny

angry

sad

wow