ରଥଟଣା ବିଳମ୍ବକୁ ନେଇ ନବୀନଙ୍କ ଉଦବେଗ

Opposition leader and former Chief Minister Naveen Patnaik voiced concern on ‘X’ (formerly Twitter), writing: “We don’t wish to blame anyone or point fingers at the administration, but what happened during this sacred festival is deeply concerning and saddening. Last year, during the Pahandi ritual of Lord Balabhadra’s idol to Adapa Mandap, a fall occurred that hurt the sentiments of many devotees. This year, Nandighosa remained stuck at the Singhadwar (Lions’ Gate) until 7:45 PM, only moving a few meters before the day ended. This has disappointed countless devotees who traveled from across the world to witness this grand event. Poor crowd management even left over a hundred devotees injured. In the face of all this, all we can do is pray,” said Naveen.

Jun 28, 2025 - 14:27
 0  2
ରଥଟଣା ବିଳମ୍ବକୁ ନେଇ ନବୀନଙ୍କ ଉଦବେଗ

ନନ୍ଦିଘୋଷ ରଥଟଣା  ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ‘ଏକ୍ସ’ରେ ନିଜ ଉଦବେଗ ପ୍ରକାଶ କରି ସେ ଲେଖିଛନ୍ତି ଯେ,‘ ଗତକାଲି ନନ୍ଦିଘୋଷ ରଥ ଟଣାରେ ଅଯଥା ବିଳମ୍ବ ହେବା ପାଇଁ ଆମେ ଏଠାରେ କାହା ଉପରକୁ ଅଙ୍ଗୁଳି ଉଠାଇବାକୁ କିମ୍ବା ପ୍ରଶାସନକୁ ଦୋଷ ଦେବା ପାଇଁ ଚାହୁଁନାହୁଁ, । କିନ୍ତୁ ରାଜ୍ୟର ଏହି ପବିତ୍ର ଉତ୍ସବ ସମୟରେ ଯେଉଁ ଘଟଣା ଘଟିଲା, ତାହା ଉପରେ ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ କରି ରହିହେଉନାହିଁ।ଗତ ବର୍ଷ ଶ୍ରୀ ବଳଭଦ୍ରଙ୍କ ମୂର୍ତ୍ତି ଆଡ଼ପ ବିଜେ ପହାଣ୍ଡି ସମୟରେ ଖସି ପଡ଼ିଥିବା ଘଟଣା ଭୁଲିବା କଷ୍ଟକର, ଯାହା ଅସଂଖ୍ୟ ଭକ୍ତଙ୍କୁ କରିଥିଲା ମର୍ମାହତ।ଚଳିତ ବର୍ଷ, ନନ୍ଦିଘୋଷ ରଥ ସିଂହଦ୍ୱାରରେ ସନ୍ଧ୍ୟା ୭:୪୫ ପର୍ଯ୍ୟନ୍ତ ଅଟକି ରହିବା ଏବଂ ଦିନ ଶେଷ ହେବା ପୂର୍ବରୁ ମାତ୍ର କିଛି ମିଟର ଗତି କରିବା, ଆମେ ଦେଖିଲୁ। ଏହା ସ୍ୱାଭାବିକ ଭାବେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଅନନ୍ୟ ଉତ୍ସବ ଦେଖିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ନିରାଶ ଓ ହତାଶ କରିଛି। ଖରାପ ଭିଡ଼ ନିୟନ୍ତ୍ରଣ ହେତୁ ଶତାଧିକ ଭକ୍ତ ମଧ୍ୟ ହୋଇଛନ୍ତି ଆହତ।ଏସବୁ ଭିତରେ ଆମେ କେବଳ ପ୍ରାର୍ଥନା କରିପାରିବା ବୋଲି କହିଛନ୍ତି ନବୀନ

What's Your Reaction?

like

dislike

love

funny

angry

sad

wow