ରାସ୍ତା କଡ଼ରୁ ଦାମୀ କାର୍‌ ଲୁଟ୍ , ତଦନ୍ତ ପରେ ପୁଲିସ କଲା ଜବତ

Sep 5, 2026 - 14:21
 0  0
ରାସ୍ତା କଡ଼ରୁ ଦାମୀ କାର୍‌ ଲୁଟ୍ , ତଦନ୍ତ ପରେ ପୁଲିସ କଲା ଜବତ

ଘଟଣା ଘଟିଛି ଭୁବନେଶ୍ୱର ଗ୍ୟାରେଜ ଛକ ନିକଟରେ । ବିକାଶ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଦାମୀ କାର୍ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । ଘଟଣାର ଛାନଭିନ୍ ପରେ ଲିଙ୍ଗରାଜ ଥାନା ପୁଲିସ ଚୋରି ହୋଇଥିବା ଦୁଇଟି ଗାଡ଼ିକୁ ଜବତ କରିଛି ।  

ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରୁଥିଲେ ହୋଇଯାଆନ୍ତୁ ସାବଧାନ । ରାସ୍ତା ଉପରୁ ଦାମୀ କାର୍‌ ଲୁଟିନେଲେ ଲୁଟେରା । ଘଟଣା ଘଟିଛି ଭୁବନେଶ୍ୱର ଗ୍ୟାରେଜ ଛକ ନିକଟରେ । ବିକାଶ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଦାମୀ କାର୍ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । ଘଟଣାର ଛାନଭିନ୍ ପରେ ଲିଙ୍ଗରାଜ ଥାନା ପୁଲିସ ଚୋରି ହୋଇଥିବା ଦୁଇଟି ଗାଡ଼ିକୁ ଜବତ କରିଛି । 

ସୂଚନା ଅନୁଯାୟୀ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ କଡ଼ରେ ଗାଡ଼ି ରଖି ଘରେ ଥିଲେ ବିକାଶ । ଅପରାହ୍ନ ୫ଟା ସମୟରେ ଦୁର୍ବୃତ୍ତମାନେ ରାସ୍ତା ଉପରୁ କାର୍‌ ଲୁଟି ନେଇଥିଲେ । ଘଟଣା ପରେ ବିକାଶ ପାତ୍ର ଲିଙ୍ଗରାଜ ଥାନାରେ କାର୍‌ ଚୋରି ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ତତ୍ପର ହୋଇଥିଲା ପୁଲିସ। ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ ସହ ବିଭିନ୍ନ ସ୍ଥାନରେ ଛାନଭିନ୍ ଆରମ୍ଭ କରିଥିଲା ପୁଲିସ ଟିମ୍।

ତଦନ୍ତ ସମୟରେ ଚୋରି ହୋଇଥିବା ଗାଡ଼ି ସମ୍ପର୍କରେ ସୁରାକ ପାଇ ପୁଲିସ ଅଭିଯାନ ଜୋରଦାର କରିଥିଲା। ପରେ ଚୋରି ହୋଇଥିବା ଦୁଇଟି ଦାମୀ ଗାଡ଼ିକୁ ଜବତ କରିବାରେ ସଫଳ ହୋଇଛି ଲିଙ୍ଗରାଜ ଥାନା ପୁଲିସ। ତେବେ ଏହି କାର୍‌ ଚୋରି ପଛରେ କୌଣସି ସଂଗଠିତ ଗାଡ଼ି ଚୋରି ରାକେଟ୍ ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି। ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଏବଂ ଚୋରି ହୋଇଥିବା ଗାଡ଼ିଗୁଡ଼ିକୁ କେଉଁଠାକୁ ନିଆଯାଉଥିଲା, ସେନେଇ ମଧ୍ୟ ପୁଲିସ ଛାନଭିନ୍ କରୁଛି। ରାସ୍ତା କଡ଼ରେ ପାର୍କିଂ କରିଥିବା ଦାମୀ କାର୍‌କୁ ଟାର୍ଗେଟ କରୁଛନ୍ତି କି ଲୁଟେରା? ଭୁବନେଶ୍ୱରରେ ଏହି ଘଟଣା ପରେ ଗାଡ଼ି ମାଲିକଙ୍କ ମଧ୍ୟରେ ବଢ଼ିଛି ଚିନ୍ତା। 

What's Your Reaction?

like

dislike

love

funny

angry

sad

wow