ରିଲିଜ୍ ପୂର୍ବରୁ ୧୦୦ କୋଟି ମୁହାଁ 'ରାମାୟଣ', ଆଡଭାନ୍ସ ବୁକିଂରେ ରେକର୍ଡ
ବକ୍ସ ଅଫିସରେ ରିଲିଜ୍ ପୂର୍ବରୁ ଧମାକା କରୁଛି ଫିଲ୍ମ 'ରାମାୟଣ' । ଏବେଠୁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ । ରିଲିଜ୍ ହେବା ପୂର୍ବରୁ ଆଡଭାନ୍ସ ବୁକିଂରେ ୧୦୦ କୋଟି ଟଙ୍କା ଆୟର ରେକର୍ଡ ଛୁଇଁବାକୁ ଯାଉଛି ଏହି ଫିଲ୍ମ ।
ବକ୍ସ ଅଫିସରେ ରିଲିଜ୍ ପୂର୍ବରୁ ଧମାକା କରୁଛି ଫିଲ୍ମ 'ରାମାୟଣ' । ଏବେଠୁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ । ରିଲିଜ୍ ହେବା ପୂର୍ବରୁ ଆଡଭାନ୍ସ ବୁକିଂରେ ୧୦୦ କୋଟି ଟଙ୍କା ଆୟର ରେକର୍ଡ ଛୁଇଁବାକୁ ଯାଉଛି ଏହି ଫିଲ୍ମ । ମାତ୍ର ୫ ଦିନର ଆଡଭାନ୍ସ ବୁକିଂରୁ ଫିଲ୍ମର ଆୟ ୯୬ କୋଟି ୫୬ ଲକ୍ଷ ଟଙ୍କାରେ ପହଞ୍ଚିଛି ।
ସବୁଠୁ ବଡ଼ କଥା ହେଉଛି, ଏପର୍ଯ୍ୟନ୍ତ ୨୫ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଲାଣି । ନଭେମ୍ବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ୫ ଦିନର ଶୋ' ପାଇଁ ମୋଟ୍ ୮୩ ହଜାର ୩୨ଟି ଶୋ'ରେ ଏହି ବୁକିଂ ହୋଇଛି । ସିନେମା ହଲ୍ ପକ୍ଷରୁ ବ୍ଲକ୍ କରାଯାଇଥିବା ସିଟ୍କୁ ବାଦ୍ ଦେଲେ ମଧ୍ୟ ୭୭ କୋଟି ୩୧ ଲକ୍ଷ ଟଙ୍କାର ଆଡଭାନ୍ସ ବୁକିଂ ହୋଇଛି ।
ଏହି ବୁକିଂରେ ନଭେମ୍ବର ୫ ତାରିଖର ପ୍ରଥମ ଦିନ ସବୁଠୁ ଆଗରେ ରହିଛି । ପ୍ରଥମ ଦିନ ପାଇଁ ୩୯ କୋଟି ୩୫ ଲକ୍ଷ ଟଙ୍କାର ଟିକେଟ୍ ବୁକିଂ ହୋଇଛି । ଦ୍ୱିତୀୟ ଦିନରେ ୧୮ କୋଟି ୫୩ ଲକ୍ଷ ଏବଂ ଶନିବାର ପାଇଁ ୧୯ କୋଟି ୬୮ ଲକ୍ଷ ଟଙ୍କାର ବୁକିଂ ହୋଇଛି ।
ଫିଲ୍ମର ହିନ୍ଦୀ ଭର୍ସନକୁ ଦର୍ଶକଙ୍କ ସର୍ବାଧିକ ପସନ୍ଦ ମିଳୁଛି । ଏହାପରେ ତେଲୁଗୁ ଓ କନ୍ନଡ଼ ଭାଷାରେ ମଧ୍ୟ ଭଲ ବୁକିଂ ହୋଇଛି । ସେହିପରି ୩ଡି ସୋ' ପ୍ରତି ଦର୍ଶକଙ୍କ ଆଗ୍ରହ ଅଧିକ ରହିଛି ।
ମୁମ୍ବାଇ ଆଡଭାନ୍ସ ବୁକିଂରେ ସବୁଠୁ ଆଗରେ ଥିବାବେଳେ ଦିଲ୍ଲୀ ଏନସିଆର ଓ ବେଙ୍ଗାଲୁରୁ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ଏବଂ ନମିତ ମାଲହୋତ୍ରାଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ, ସାଇ ପଲ୍ଲବୀ ମାତା ସୀତାଙ୍କ ଭୂମିକାରେ ଏବଂ ୟଶ ରାବଣ ଭୂମିକାରେ ନଜର ଆସିବେ । ଏହା ସହ ସନ୍ନି ଦେଓଲ ଓ ରବି ଦୁବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।
What's Your Reaction?