ଲଣ୍ଡନକୁ ବ୍ୟାପିଲା ଭୋଟ ଚୋରି ପ୍ରତିବାଦ : ଏକାଠି ହେବାକୁ ୟୁଟ୍ୟୁବରଙ୍କ ଆହ୍ବାନ

Oct 17, 2026 - 12:51
ଲଣ୍ଡନକୁ ବ୍ୟାପିଲା ଭୋଟ ଚୋରି ପ୍ରତିବାଦ : ଏକାଠି ହେବାକୁ ୟୁଟ୍ୟୁବରଙ୍କ ଆହ୍ବାନ

ଭାରତରେ ଭୋଟର ତାଲିକା ଏବଂ ସଂଶୋଧନ ପ୍ରକ୍ରିୟାରେ ହୋଇଥିବା ଅଭିଯୋଗକୁ ନେଇ ଏବେ ସ୍ୱର ଆନ୍ତର୍ଜାତୀୟ ସ୍ତରକୁ ବ୍ୟାପିଛି। ଚର୍ଚ୍ଚିତ ୟୁଟ୍ୟୁବର୍ ଧ୍ରୁବ ରାଠୀ ଲଣ୍ଡନର ପାର୍ଲାମେଣ୍ଟ ସ୍କୋୟାରସ୍ଥିତ 

ଭାରତରେ ଭୋଟର ତାଲିକା ଏବଂ ସଂଶୋଧନ ପ୍ରକ୍ରିୟାରେ ହୋଇଥିବା ଅଭିଯୋଗକୁ ନେଇ ଏବେ ସ୍ୱର ଆନ୍ତର୍ଜାତୀୟ ସ୍ତରକୁ ବ୍ୟାପିଛି। ଚର୍ଚ୍ଚିତ ୟୁଟ୍ୟୁବର୍ ଧ୍ରୁବ ରାଠୀ ଲଣ୍ଡନର ପାର୍ଲାମେଣ୍ଟ ସ୍କୋୟାରସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଶନିବାର ମଧ୍ୟାହ୍ନ ୧୨ଟାରେ ଏକ ବୃହତ ପ୍ରଦର୍ଶନ ଓ ବିକ୍ଷୋଭ ସଭା ପାଇଁ ଆହ୍ୱାନ ଦେଇଛନ୍ତି। ''ଭୋଟ୍ ଚୋରି'' ଅଭିଯୋଗକୁ ନେଇ ବ୍ରିଟେନରେ ରହୁଥିବା ଭାରତୀୟମାନଙ୍କୁ ଏହି ପ୍ରତିବାଦରେ ସାମିଲ୍ ହେବାକୁ ସେ ଅନୁରୋଧ କରିଛନ୍ତି।
ଶୁକ୍ରବାର ବିଳମ୍ବିତ ରାତିରେ ସୋସିଆଲ୍ ମିଡିଆ ''ଏକ୍ସ'' ରେ ନିଜର ବାର୍ତ୍ତା ପୋଷ୍ଟ କରି ରାଠୀ ସୂଚନା ଦେଇଛନ୍ତି ଯେ ସେ ଲଣ୍ଡନରେ ପହଞ୍ଚିସାରିଛନ୍ତି। ଆନ୍ତର୍ଜାତୀୟ ସ୍ତରରେ ପ୍ରତିବାଦର ସ୍ବର ଉଠାଇବାର ସମୟ ଆସିଯାଇଛି, ବୋଲି ଲେଖିବା ସହ ସେ ''ଜୟ ହିନ୍ଦ୍'' ସ୍ଲୋଗାନ୍ ସହ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ଦିଲ୍ଲୀରେ କୋକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଆୟୋଜିତ ବିକ୍ଷୋଭ ପୂର୍ବରୁ ଗୁରୁଗ୍ରାମସ୍ଥିତ ବାସଭବନରୁ ରାଠୀଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଥିଲା। ସୁରକ୍ଷା କାରଣ ଦର୍ଶାଇ ପୁଲିସ ସେହି ଆନ୍ଦୋଳନକୁ ଅନୁମତି ଦେଇନଥିଲା। ଏହି ଘଟଣା ପରେ ଦିଲ୍ଲୀରୁ ନିଜର ପ୍ରତିବାଦର କେନ୍ଦ୍ରବିନ୍ଦୁକୁ ଲଣ୍ଡନକୁ ସ୍ଥାନାନ୍ତର କରି ରାଠୀ ଏବେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି। 

What's Your Reaction?

like

dislike

love

funny

angry

sad

wow