ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ମୋଦୀ,ଓଡିଆରେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ
![ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ମୋଦୀ,ଓଡିଆରେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ](https://kalingascroll.in/uploads/images/202406/image_870x_66791aab8cad6.jpg)
ଆଜିଠାରୁ ଆରମ୍ଭ ହୋଇଛି ଲୋକସଭାର ୧୮ତମ ଅଧିବେଶନ। ଏହି ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ଭବନରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଂସଦରେ ନବନିର୍ବାଚିତ ୨୮୦ ଜଣ ସାଂସଦଙ୍କୁ ଆଜି ଶପଥ ପାଠ କରାଇବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଥମେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମ ନିଜ ମାତୃଭାଷା ଓଡିଆରେ କରିଛନ୍ତି ଶପଥ ପାଠ । ଏହା ପରେ ପରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ରାଜନାଥ ସିଂହ ,ନୀତିନ୍ ଗଡ଼କାରୀ,ଶିବରାଜ ସିଂହ ଚୌହାନ ପ୍ରମୁଖ।ତେବେ ଦୁଇ ଦିନ ଧରି ଚାଲିବ ଏହି ପ୍ରକ୍ରିୟା।ଏହାପରେ ୨୬ ତାରିଖରେ ହେବ ବାଚସ୍ପତି ନିର୍ବାଚନ ।ଅନ୍ୟପଟେ ଶପଥ ନେବା ପୂର୍ବରୁ ଆଜି ଗଣମାଧ୍ୟମକୁ ସମ୍ବୋଧନ ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି। ତୃତୀୟ ପାଳିରେ ଏନଡିଏ ସରକାର ୩ ଗୁଣା ଅଧିକ ପରିଶ୍ରମ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।ଏହା ସହ ସେ କହିଛନ୍ତି ଯେ, 'ଆମକୁ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ହେବ। ଦେଶ ଚଳାଇବା ପାଇଁ ସହମତି ନିହାତି ଜରୁରୀ। ଏହା ଆମ ପାଇଁ ଭବ୍ୟ ବିଜୟ। ୩ ଗୁଣା ଅଧିକ ପରିଶ୍ରମ କରିବୁ।'ସେପଟେ ଜରୁରୀକାଳିନ ପ୍ରସଙ୍ଗ ଉଠାଇ ମୋଦି ବିରୋଧୀଙ୍କୁ କରିଛନ୍ତି ନିଶାଣ। ସେ କହିଛନ୍ତି, ଜୁନ ୨୫ ଗଣତନ୍ତ୍ର ପାଇଁ କଳା ଦିବସ ଥିଲା। ଜରୁରୀକାଳୀନ ପରିସ୍ଥିତିକୁ ୫୦ ବର୍ଷ ପୂରିବ। ଏହା ନ ଭୁଲିବା ଭଳି ଦିନ। ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ କାରାଗାରରେ ଭର୍ତ୍ତି କରାଯାଇଥିଲା।ଏହାସହ ଦାୟିତ୍ୱବାନ ହେବାକୁ ବିରୋଧୀ ଦଳକୁ ଅପିଲ୍ କରିଛନ୍ତି ମୋଦି।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)