ସାର୍ଥକଙ୍କ ନିଖୋଜ ଘଟଣା; ଆଜି ସିଙ୍ଗାପୁର ଯିବେ ସାର୍ଥକଙ୍କ ମା' ଓ ମାମୁ
ଜାହାଜରେ ଓଡିଆ କ୍ୟାଡେଟ ସାର୍ଥକ ମହାପାତ୍ର ନିଖୋଜ ଘଟଣାକୁ ୧୧ ଦିନ ବିତିଯାଇଥିଲେ ମଧ୍ଯ ଏପର୍ଯ୍ୟନ୍ତ ମିଳିନାହିଁ କୌଣସି ଖବର। ଆଜି ସାର୍ଥକଙ୍କ ସନ୍ଧାନରେ ସିଙ୍ଗାପୁର ଯିବେ ସାର୍ଥକଙ୍କ ମାଆ ରଶ୍ମିତା ସାହୁ ଓ ମାମୁ। ଆସନ୍ତାକାଲି ସିଙ୍ଗାପୁରରେ ପହଞ୍ଚିବେ। ପରିବାର ଲୋକଙ୍କ ସହ ଡିଜି ସିପିଂ ପକ୍ଷରୁ ମଧ୍ୟ ଦୁଇ ଜଣ ଅଧିକାରୀ ସାଥିରେ ଯିବେ ବୋଲି ମିଳିଛି ସୂଚନା। ସିଙ୍ଗାପୁରରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତ ହେବ ଗତିଶୀଳ।
What's Your Reaction?