ସିବିଆଇର ବଡ଼ ଚଢାଉ: ୩ ଗିରଫ

ସିବିଆଇ ମେଗା ଚଢାଉ ଘଟଣାରେ ଗିରଫ ହେଲେ ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଓଡ଼ିଶା ଓ ପଶ୍ଚିମବଂଗ ମୁଖ୍ୟ ଚଞ୍ଚଲ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ପ୍ରଦୀପ ମହନ୍ତ ଓ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର।ଆଜି ଚଢ଼ାଉ ବେଳେ ଦେବଦତ୍ତ ମହାପାତ୍ରଙ୍କ ଘରୁ ଜବତ ହୋଇଛି ବିପୁଳ ଟଙ୍କା ,ସୁନା ଏବଂ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ । ଘରୁ ଏକ୍ ଡିଜିଟାଲ ଲକର୍ ଜବତ କରି ରାମମନ୍ଦିର ସ୍ଥିତ କାର୍ଯ୍ୟାଳୟକୁ ଆଣିଛି ସିବିଆଇ।ସେହିପରି ଭଦ୍ରକର ୩ଟି ସ୍ଥାନରେ ଓ ଭୁବନେଶ୍ୱରର ଦୁଇଟି ସ୍ଥାନରେ ଚାଲିଛି ଚଢାଉ। ଗତକାଲି ଭୁବନେଶ୍ୱରର ମେ ଫେୟାର୍ ହୋଟେଲ ସାମ୍ନାରେ ମର୍ସିଡିଜ୍ କାରରୁ ପ୍ରାୟ କୋଟିଏ ଟଙ୍କା ଜବତ କରିବା ସହିତ ଦେବଦତ୍ତଙ୍କ ସମେତ ୪ ଜଣଙ୍କୁ ହେପାଜତକୁ ନେଇଥିଲା ସିବିଆଇ ।ସୂଚନା ଅନୁସାରେ, କୋଟି କୋଟି ଟଙ୍କାର ହେରଫେର୍ ଓ ଟେଣ୍ଡର ଫିକ୍ସିଂ ମାମଲାରେ ଚାଲିଛି ବଡ଼ ଧରଣର ଚଢାଉ। ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ ଲିମିଟେଡ୍ ବିରୋଧରେ ଏନେଇ ଦିଲ୍ଲୀ ସିବିଆଇ ପାଖରେ ଏକ ମାମଲା ରୁଜୁ ହେବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ସିବିଆଇ ଦଳ।ଓଡ଼ିଶା , ଦିଲ୍ଲୀ ଓ କୋଲକାତା ସମେତ ଦେଶର ମୋଟ ୧୧ଟି ସ୍ଥାନରେ ଏହି ଚଢାଉ ହୋଇଥିବା
ମିଳିଛି ସୂଚନା। ତେବେ ଏନେଇ ବ୍ରିଜ୍ ଆଣ୍ଡ୍ ରୁଫ୍ ପକ୍ଷରୁ ମିଳିପାରିନାହିଁ କୌଣସି ପ୍ରତିକ୍ରିୟା।
What's Your Reaction?






