ଅତ୍ୟନ୍ତ ସଙ୍କଟାପନ୍ନ ଫକୀରମୋହନ କଲେଜ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା

The health condition of the Fakir Mohan College student undergoing treatment at AIIMS remains extremely critical. 95% of her body has sustained burns. Her lungs, heart, and kidneys have also been affected. The next 72 hours are crucial for her survival. If required, she may be airlifted to AIIMS Delhi, but given the current critical condition, airlifting is not feasible at this moment. According to AIIMS Superintendent Dilip Kumar Parida, her condition today remains serious, similar to yesterday. He added that the student underwent dialysis on Sunday and may need another session if required. She has developed a fever today. Discussions are ongoing with AIIMS Delhi specialists, and antibiotic treatment is in progress. Her blood pressure remains high, and she is currently on a ventilator.

ଅତ୍ୟନ୍ତ ସଙ୍କଟାପନ୍ନ ଫକୀରମୋହନ କଲେଜ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା

ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ଏମ୍‌ସରେ ଚିକିତ୍ସାଧୀନ ଥିବା ଫକୀରମୋହନ କଲେଜ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା। ତାଙ୍କ ଶରୀର ପୋଡ଼ିଯାଇଛି ୯୫ ପ୍ରତିଶତ। ଫୁସ୍‌ଫୁସ୍‌, ହୃତ୍‌ପିଣ୍ଡ ଓ କିଡ୍‌ନି ବି ହୋଇଛି ପ୍ରଭାବିତ। ଆଗାମୀ 72 ଘଣ୍ଟା ଛାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଆବଶ୍ୟକ ପଡ଼ିଲେ ତାଙ୍କୁ ଦିଲ୍ଲୀ ଏମ୍‌ସକୁ କରାଯାଇପାରେ ଏୟାରଲିଫ୍ଟ । କିନ୍ତୁ ବର୍ତ୍ତମାନ ସମୟ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏୟାରଲିଫ୍ଟ କରିବା ନୁହେଁ  ସମ୍ଭବ । ଗତକାଲି ପରି ଆଜି ମଧ୍ୟ ତାଙ୍କ ଅବସ୍ଥା ଗମ୍ଭୀର ରହିଛି ବୋଲି ସୂଚନା ଦେଇଛନ୍ତି ଏମ୍‌ସ ଅଧିକ୍ଷକ ଦିଲ୍ଲୀପ କୁମାର ପରିଡ଼ା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରବିବାର ଦିନ ତାଙ୍କର ହୋଇଥିଲା ଡାଇଲେସିସି। ଆବଶ୍ୟକ ହେଲେ ପୁଣି ଥରେ ଡାଇଲେସିସି ହେବ। ଆଜି ଦେହରେ ଆସିଛି ଉତ୍ତାପ । ଦିଲ୍ଲୀ ଏମ୍ସ ବିଶେଷଜ୍ଞ ସହ କଥା ହୋଇ ଚାଲିଛି ଆଣ୍ଟିବାୟୋଟିକ।  ଅଧିକ ରହିଛି ବ୍ଲଡ ପ୍ରେସର। ଭେଣ୍ଟିଲେସନରେ ଅଛନ୍ତି ଛାତ୍ରୀ ଜଣଙ୍କ।