ହାଇସ୍କୁଲରେ ପଢାଇବେ ଅବସରପ୍ରାପ୍ତ ଶିକ୍ଷକ

ଏଣିକି ସରକାରୀ, ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ବ୍ଳକଗ୍ରାଣ୍ଟ ହାଇସ୍କୁଲରେ ପାଠ ପଢାଇବେ ଅବସରପ୍ରାପ୍ତ ଶିକ୍ଷକ।ଶିକ୍ଷକ ଅଭାବ ସମସ୍ୟା ଦୂରେଇବାକୁ ଏଭଳି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ନିଯୁକ୍ତି ପାଇଁ ଖୁବଶୀଘ୍ର ନିର୍ଦ୍ଦେଶାବଳୀ ଜାରି କରିବାକୁ ମଧ୍ୟ ବିଭାଗ ପକ୍ଷରୁ ଦିଆଯାଇଛି ନିର୍ଦ୍ଦେଶ । ଚଳିତ ଶିକ୍ଷା ବର୍ଷରେ ୪ ହଜାର ୫୮୦ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ମିଳିଛି ଅନୁମତି । ସେମାନଙ୍କ କାର୍ଯ୍ୟକାଳ ୨୦୨୫ ମାର୍ଚ୍ଚ ଅର୍ଥାତ୍ ନୂଆ ଶିକ୍ଷକ ନିଯୁକ୍ତି ଯାଏଁ ରହିବ ବଳବତ୍ତର । କିଭଳି ଏହି ଅତିଥି ଶିକ୍ଷକ ନିଯୁକ୍ତ ହେବ ତାକୁ ସୁନିଶ୍ଚିତ କରାଇବେ ଜିଲ୍ଲା ଶିକ୍ଷାଧିକାରୀ।
What's Your Reaction?






