ହିଟ୍ଓ୍ୱେଭ ନେଇ ୯ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ଏସଆରସି

May 31, 2024 - 14:26
 0  7
ହିଟ୍ଓ୍ୱେଭ ନେଇ ୯ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ଏସଆରସି

ଓଡିଶାରେ ପ୍ରବଳ ରୁ ଅତି ପ୍ରବଳ ଉତ୍ତାପ ନେଇ ନେଇ ୯ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ଏସଆରସି। ହିଟ୍ଓ୍ୱେଭ ଆଡଭାଇଜରି କଡ଼ାକଡ଼ି ଜାରି ପାଇଁ ଦିଆଯାଇଛି  ନିର୍ଦ୍ଦେଶ । ଏହି ୯ଜିଲ୍ଲା ହେଲା ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୋନପୁର, ମାଲକାନଗିରି, ସୁନ୍ଦରଗଡ଼, ନୂଆପଡ଼ା, କନ୍ଧମାଳ । ପିକ୍ ଆଓ୍ୱାରରେ ଖରାରେ କାମ ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ଟା ଯାଏ ବନ୍ଦ ରହିବ ବାହାର କାମ  ।ଖରାରେ କ’ଣ କରିବା ନ କରିବା ନେଇ ଲୋକଙ୍କୁ ସଚେତନ କରାଇବ ଜିଲ୍ଲା ପ୍ରଶାସନ । ନିର୍ଦ୍ଦେଶନାମା ନ ମାନିଲେ ଗ୍ରହଣ କରାଯିବ  ଦୃଢ଼ କାର୍ଯ୍ୟାନୁଷ୍ଠାନ । ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ରହିବାକୁ ଡାକ୍ତର ମଧ୍ଯ ଦେଇଛନ୍ତି ପରାମର୍ଶ  ।

What's Your Reaction?

like

dislike

love

funny

angry

sad

wow