ହୋଟେଲରେ ଖାଇବା ହେଲା କାଳ! ବାସି ଖାଦ୍ୟ ଖାଇ ଯୁବକ ଗୁରୁତର !

Aug 22, 2026 - 12:58
 0  1
ହୋଟେଲରେ ଖାଇବା ହେଲା କାଳ! ବାସି ଖାଦ୍ୟ ଖାଇ ଯୁବକ ଗୁରୁତର !

ହୋଟେଲରେ ଖାଇବା ମହଙ୍ଗା ପଡ଼ିଲା । ବାସି ଖାଦ୍ୟ ଖାଇ ଯୁବକ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ଆସିଛି ବାଲେଶ୍ୱର ନୀଳଗିରି ଅଞ୍ଚଳରୁ । ଅସୁସ୍ଥ ଯୁବକଙ୍କୁ ତୁରନ୍ତ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । 

ହୋଟେଲରେ ଖାଇବା ମହଙ୍ଗା ପଡ଼ିଲା । ବାସି ଖାଦ୍ୟ ଖାଇ ଯୁବକ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ଆସିଛି ବାଲେଶ୍ୱର ନୀଳଗିରି ଅଞ୍ଚଳରୁ । ଅସୁସ୍ଥ ଯୁବକଙ୍କୁ ତୁରନ୍ତ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ୪ ଜଣ ବନ୍ଧୁ ମିଶି ନୀଳଗିରିର ଏକ ହୋଟେଲକୁ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲେ । ସେଠାରେ ଖାଦ୍ୟ ଖାଇବା ପରେ ଶରତ ଜେନା ନାମକ ଜଣେ ଯୁବକ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ବନ୍ଧୁମାନେ ତୁରନ୍ତ ତାଙ୍କୁ ନୀଳଗିରି ମେଡିକାଲକୁ ନେଇ ଭର୍ତ୍ତି କରିଥିଲେ । 

ତେବେ ଚିକିତ୍ସା ପରେ ବର୍ତ୍ତମାନ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଅନ୍ୟପଟେ, ଅଞ୍ଚଳର ବିଭିନ୍ନ ହୋଟେଲରେ ବାସି ଓ ନିମ୍ନମାନର ଖାଦ୍ୟ ପରିବେଷଣ ହେଉଥିବା ଅଭିଯୋଗ ଉଠିଛି । ତେଣୁ ଖାଦ୍ୟର ମାନ ଯାଞ୍ଚ କରିବା ସହ ନିୟମିତ ଚଢ଼ଉ କରିବାକୁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିକଟରେ ଦାବି ହୋଇଛି । 

What's Your Reaction?

like

dislike

love

funny

angry

sad

wow