୨.୦ ସଫଳ ପରୀକ୍ଷଣ କଲା ଉତ୍ତର କୋରିଆ : ଗୋଟିଏ ଦିନ ପରେ ଟର୍ପେଡୋ ଜାମ୍

Oct 17, 2026 - 13:45
୨.୦ ସଫଳ ପରୀକ୍ଷଣ କଲା ଉତ୍ତର କୋରିଆ : ଗୋଟିଏ ଦିନ ପରେ ଟର୍ପେଡୋ ଜାମ୍

ଉତ୍ତର କୋରିଆ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ନିୟନ୍ତ୍ରିତ ଏକ ନୂତନ ଟର୍ପେଡୋ ପରୀକ୍ଷଣ କରିଥିବା ଦାବି କରିଛି। ଜାମ୍ ୨.୦ନାମକ ଏହି ଟର୍ପେଡୋ ସ୍ବୟଂଚଳିତ ଭାବେ ଲକ୍ଷ୍ୟ ଚିହ୍ନଟ ଏବଂ ନେଭିଗେଟ୍ କରିବାକୁ ସକ୍ଷମ। 

ଉତ୍ତର କୋରିଆ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ନିୟନ୍ତ୍ରିତ ଏକ ନୂତନ ଟର୍ପେଡୋ ପରୀକ୍ଷଣ କରିଥିବା ଦାବି କରିଛି। ଜାମ୍ ୨.୦ନାମକ ଏହି ଟର୍ପେଡୋ ସ୍ବୟଂଚଳିତ ଭାବେ ଲକ୍ଷ୍ୟ ଚିହ୍ନଟ ଏବଂ ନେଭିଗେଟ୍ କରିବାକୁ ସକ୍ଷମ। ଏହି ଉଚ୍ଚ-ଗତି ଏବଂ ସଠିକ୍ ଟର୍ପେଡୋ ପାଣି ତଳେ ପରୀକ୍ଷଣ କରାଯାଇଛି। ଉତ୍ତର କୋରିଆର ସରକାରୀ ସମାଚାର ଏଜେନ୍ସି କେସିଏନଏ ରିପୋର୍ଟ କରିଛି ଯେ, ପରୀକ୍ଷଣ ସଫଳ ହୋଇଛି। ଏହା ଦେଶର ପ୍ରପଲ୍ସନ ପ୍ରଯୁକ୍ତିବିଦ୍ୟାକୁ ବେଶ୍ ସୁଦୃଢ଼ କରି ନୌସେନାର କ୍ଷମତା ବୃଦ୍ଧି କରିଛି। ପୂର୍ବରୁ ଉତ୍ତର କୋରିଆ ଦେଶର ପୂର୍ବ ଜଳସୀମାରେ ପାଣି ତଳେ ଦୁଇ ପ୍ରକାରର ରଣନୈତିକ କ୍ରୁଜ୍ କ୍ଷେପଣାସ୍ତ୍ର ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପାଣି ତଳେ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା। କୋରିଆ ଉପଦ୍ୱୀପରେ ବଢୁଥିବା ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ମଧ୍ୟରେ ଏଭଳି ପରୀକ୍ଷଣ ସ୍ଥିତିକୁ ସଙ୍କଟ ଜନକ କରିଛି।
କେସିଏନଏ କହିଛି, ଜାମ୍ ୨.୦ ର ଟାର୍ଗେଟ ଡିଟେକ୍ସନ ଏବଂ ନାଭିଗେସନ୍ ସିଷ୍ଟମରେ କୃତ୍ରିମ ବୁଦ୍ଧିମତ୍ତା ପ୍ରଯୁକ୍ତିବିଦ୍ୟା ସାମିଲ କରାଯାଇ ଏହାର ପରୀକ୍ଷଣ ଗତ ୫ ବର୍ଷ ଧରି ୧୮୦ରୁ ଅଧିକ ପରୀକ୍ଷଣ ଜାରି ରହିଥିଲା। ତେବେ ଗଣମାଧ୍ୟମ ସଂସ୍ଥା ଏହାର କାର୍ଯ୍ୟକ୍ଷମତା ସମ୍ପର୍କରେ କୌଣସି ବିବରଣୀ ପ୍ରଦାନ କରିନାହିଁ।
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ କ୍ଷେପଣାସ୍ତ୍ର ସାମିଲ କରି ଦେଶର ନୌସେନାର କ୍ଷମତାକୁ ସୁଦୃଢ଼ କରିବା ପ୍ରୟାସ ଜାରି ରଖିଛନ୍ତି। ସମ୍ପ୍ରତି ଉତ୍ତର କୋରିଆ ନୌସେନାରେ ଦୁଇଟି ୫ ହଜାର ଟନ୍ ବିଧ୍ୱଂସକ ସାମିଲ କରିଛି। 

What's Your Reaction?

like

dislike

love

funny

angry

sad

wow