୨୪ ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର

୨୪ ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର । ଏହାର ଯେପରି ଖିଲାପ ନ ହୁଏ, ସେଥିପାଇଁ ସ୍କ୍ବାଡ୍ ଗଠନ କଲା ସାଧାରଣ ଉଦ୍ୟୋଗ ବିଭାଗ । ସେମାନେ ଅଚାନକ ନିରାମୟ କରିବେ ପରିଦର୍ଶନ । ନିରାମୟ ଖୋଲା ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଔଷଧ ନିଗମର ସମୀକ୍ଷା ବୈଠକର ଏହି ନିର୍ଦ୍ଦେଶ ଦେଇଛନ୍ତି ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର । ଔଷଧ ନିଗମର ଔଷଧ ଠିକ୍ ଭାବେ ନିରାମୟକୁ ପହଞ୍ଚୁଛି କି ନାହିଁ । ନିରାମୟରେ ପର୍ଯ୍ୟାପ୍ତ ଔଷଧ ଅଛି ନା ନାହଁ, ସେ ନେଇ ବୈଠକରେ ହୋଇଛି ଆଲୋଚନା । ସେହିପରି ଔଷଧ ଓ ନାପକିନ କିପରି ଠିକ୍ ଭାବେ ସ୍କୁଲରେ ପହଞ୍ଚିବ, ସେ ନେଇ ବି ବୈଠକରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।
What's Your Reaction?






