ବଢ଼ିଲା ତୃତୀୟ ବିଶ୍ବଯୁଦ୍ଧ ଭୟ

ବଢ଼ିଲା ତୃତୀୟ ବିଶ୍ବଯୁଦ୍ଧ ଭୟ

ବଢିଲା ତୃତୀୟ ବିଶ୍ବଯୁଦ୍ଧ ଭୟ। ରୁଷିଆ ଓ ୟୁକ୍ରେନ୍‌ ଯୁଦ୍ଧକୁ ନିୟନ୍ତ୍ରଣରେ ରଖିବାକୁ ବିଶ୍ବ ନେତୃବୃନ୍ଦ ପଦକ୍ଷେପ ଗ୍ରହଣ ନକଲେ ସମଗ୍ର ବିଶ୍ବ ଭୟାନକ ବିପତ୍ତିର ସମ୍ମୁଖୀନ ହେବ ବୋଲି  ଆଶଙ୍କା ବ୍ୟକ୍ତ କରିଛନ୍ତି ସାମରିକ କୂଟନୀତିଜ୍ଞଗଣ ।  ରୁଷିଆ ବିରୋଧରେ ଆମେରିକୀୟ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ବାଇଡେନ ଅନୁମୋଦନ ଦେବାର ଦୁଇ ଦିନ ପରେ ୟୁକ୍ରେନର ଆତ୍ମଘାତୀ ପଦକ୍ଷେପ ପୂରା ବିଶ୍ବ ପାଇଁ ବଢ଼ାଇ ଦେଇଛି ବିପଦ। ରୁଷିଆର କାରାଚେଭ ଉପରେ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଜଣାପଡ଼ିବା ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏକ ଜରୁରୀ ବୈଠକରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ରୁଷିଆ ନିଜର ସୁରକ୍ଷା ପାଇଁ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଦେଇଛି ଚେତାବନୀ। ଆଗକୁ ଆମେରିକାରେ ରିପବ୍ଲିକାନ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଦାୟିତ୍ବ ନେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଏକ ନୂଆ ଯୁଦ୍ଧର ଅୟମାରମ୍ଭ କରିଛି ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପଦକ୍ଷେପ। ବାଇଡେନଙ୍କ ଏଭଳି ନିଷ୍ପତ୍ତିରେ  ଆତଙ୍କିତ ହୋଇ ରହିଛନ୍ତି ୟୁରୋପୀୟ ରାଷ୍ଟ୍ର।