୫୧୦ କୋଟିର କମ୍ପ୍ଲେକ୍ସ, କେବେ ସରିବ କାମ? ବାରମ୍ବାର ଡେଡ୍‌ଲାଇନ୍‌ ଫେଲ୍

Aug 28, 2026 - 14:09
 0  0
୫୧୦ କୋଟିର କମ୍ପ୍ଲେକ୍ସ, କେବେ ସରିବ କାମ? ବାରମ୍ବାର ଡେଡ୍‌ଲାଇନ୍‌ ଫେଲ୍

ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ଭୁବନେଶ୍ୱରରେ ତିଆରି ହେଉଛି ହାଇଟେକ୍‌ ଆବାସିକ କମ୍ପ୍ଲେକ୍ସ । ୟୁନିଟ୍‌-୪ର ପୁରୁଣା ଏମ୍‌ଏଲ୍‌ଏ କଲୋନୀର ପୁନର୍ବିକାଶ ଯୋଜନା ଅଧୀନରେ ଆଧୁନିକ ଢାଞ୍ଚାରେ ଚାଲିଛି ନିର୍ମାଣ କାମ । 

  ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ଭୁବନେଶ୍ୱରରେ ତିଆରି ହେଉଛି ହାଇଟେକ୍‌ ଆବାସିକ କମ୍ପ୍ଲେକ୍ସ । ୟୁନିଟ୍‌-୪ର ପୁରୁଣା ଏମ୍‌ଏଲ୍‌ଏ କଲୋନୀର ପୁନର୍ବିକାଶ ଯୋଜନା ଅଧୀନରେ ଆଧୁନିକ ଢାଞ୍ଚାରେ ଚାଲିଛି ନିର୍ମାଣ କାମ । କିନ୍ତୁ ପ୍ରକଳ୍ପର ମନ୍ଥର ଗତିକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ । ମୋଟ ୬ଟି ଉଚ୍ଚ ଅଟ୍ଟାଳିକାରେ ୩୦୦ଟି ଫ୍ଲାଟ୍‌ ନିର୍ମାଣ କରାଯାଉଛି। ଏଥିରେ ୧୦୫ଟି Type-VII ଏବଂ ୧୯୫ଟି Type-VI କ୍ୱାର୍ଟର ରହିବ । ଏହି ଆବାସିକ କମ୍ପ୍ଲେକ୍ସରେ ୧୩୦ ଜଣ ବିଧାୟକ ଏବଂ ୧୭୦ ଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କ ରହିବା ବ୍ୟବସ୍ଥା କରାଯାଉଛି । 

କେବଳ କ୍ୱାର୍ଟର ନୁହେଁ, ଏଠାରେ ରହିବ ଅଣ୍ଡରଗ୍ରାଉଣ୍ଡ ପାର୍କିଂ, ସୁଇମିଂ ପୁଲ୍‌, ଟେନିସ୍‌ ଓ ବ୍ୟାଡମିଣ୍ଟନ୍‌ କୋର୍ଟ । ଏହା ସହ ୫୦ଟି ରୁମ୍‌ ବିଶିଷ୍ଟ କ୍ଲବ୍‌ ହାଉସ୍‌, ସିୱେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ଭୂତଳ ଜଳ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ରହିବ । ତେବେ ଏହି ବିଶାଳ ପ୍ରକଳ୍ପକୁ ନେଇ ଅନ୍ୟ ଏକ ବଡ଼ ଚର୍ଚ୍ଚା ହେଉଛି ଗଛ କଟାକୁ ନେଇ। ପ୍ରକଳ୍ପ ପାଇଁ ୭୦୦ରୁ ଅଧିକ ଗଛ କଟାଯାଇଥିବା ସୂଚନା ରହିଛି । 

୩୦ ମାସର ପ୍ରକଳ୍ପ, ବିତିଗଲା ବର୍ଷ

୨୦୨୨ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୩୦ ମାସ ମଧ୍ୟରେ ଶେଷ ହେବାର ଲକ୍ଷ୍ୟ ରହିଥିଲା । କିନ୍ତୁ ବାରମ୍ବାର ଡେଡ୍‌ଲାଇନ୍‌ ବଢ଼ୁଥିଲେ ମଧ୍ୟ ଏଯାଏଁ କାମ ସମ୍ପୂର୍ଣ୍ଣ ହୋଇନାହିଁ । ପ୍ରାୟ ୫୧୦ କୋଟି ଟଙ୍କାର ଏହି ପ୍ରକଳ୍ପର କାମ KEC International Ltd. ନେଇଥିବା ବେଳେ, ନିର୍ମାଣ କାମର ମନ୍ଥର ଗତିକୁ ନେଇ ଉଠିଛି ପ୍ରଶ୍ନ ଶେଷରେ କେବେ ସରିବ ଏହି ବହୁ ପ୍ରତୀକ୍ଷିତ ଆବାସିକ କମ୍ପ୍ଲେକ୍ସ? କାରଣ, ପ୍ରକଳ୍ପ ଶେଷ ହୋଇନଥିବାରୁ ଏବେ ମଧ୍ୟ ଅଧିକାଂଶ ବିଧାୟକଙ୍କୁ ଅସ୍ଥାୟୀ ଭାବେ ଆବାସ ଯୋଗାଇ ଦିଆଯାଇଛି । ତେଣୁ ୫୧୦ କୋଟିର ଏହି ମେଗା ପ୍ରକଳ୍ପ କେବେ ନେବ ସମ୍ପୂର୍ଣ୍ଣ ରୂପ? ଡେଡ୍‌ଲାଇନ୍‌ ପରେ ଡେଡ୍‌ଲାଇନ୍‌ କାହିଁକି? ଏବେ ଏହାକୁ ନେଇ ନଜର ରହିଛି । 

What's Your Reaction?

like

dislike

love

funny

angry

sad

wow