CJPକୁ ଜାତିସଂଘର ଜବାବ୍ : ଗୁଜବକୁ ରିପୋର୍ଟ ଭାବରେ ଉପସ୍ଥାପନ କରାଯାଇଛି
ଭାରତର ଯୁବ ପ୍ରତିବାଦକୁ ନେଇ ଜାତିସଂଘରେ ମଧ୍ୟ ସମାଲୋଚନା ଚାଲିଛି। ଜାତିସଂଘର ସ୍ୱତନ୍ତ୍ର ରିପୋର୍ଟର ଜିନା ରୋମେରୋ ତାଙ୍କ ରିପୋର୍ଟରେ ଦାବି କରିଛନ୍ତି ଯେ, ମାନବାଧିକାର
ଭାରତର ଯୁବ ପ୍ରତିବାଦକୁ ନେଇ ଜାତିସଂଘରେ ମଧ୍ୟ ସମାଲୋଚନା ଚାଲିଛି। ଜାତିସଂଘର ସ୍ୱତନ୍ତ୍ର ରିପୋର୍ଟର ଜିନା ରୋମେରୋ ତାଙ୍କ ରିପୋର୍ଟରେ ଦାବି କରିଛନ୍ତି ଯେ, ମାନବାଧିକାର, ମାନସିକ ସ୍ୱାସ୍ଥ୍ୟ ଏବଂ ଲିଙ୍ଗଗତ ନ୍ୟାୟ ଉପରେ ସ୍ବର ଉତ୍ତୋଳନ କରୁଥିବାରୁ ଭାରତରେ ଯୁବବର୍ଗମାନେ ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି। ଭାରତୀୟ କୂଟନୀତିଜ୍ଞ ଜବାବ ଦେଇ ପଚାରିଥିଲେ ଯେ, କେଉଁ ଦମନକାରୀ ଦେଶ ବସି ଯୁବବର୍ଗଙ୍କ ସହ କଥା ହେଉଛି।ଜାତିସଂଘ ସାଧାରଣ ପରିଷଦର ତୃତୀୟ କମିଟିର ୮୧ତମ ଅଧିବେଶନରେ, ଭାରତ ଜାତିସଂଘର ସ୍ୱତନ୍ତ୍ର ରିପୋର୍ଟର ଜିନା ରୋମେରୋଙ୍କ ଦାବିକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି। ଜାତିସଂଘରେ ଭାରତୀୟ ପ୍ରଥମ ସଚିବ ଏବଂ କୂଟନୀତିଜ୍ଞ ଅନୁଜ ସ୍ୱରୂପ ରୋମେରୋଙ୍କ ରିପୋର୍ଟକୁ କଡ଼ା ବିରୋଧ କରି ଏହାକୁ ମିଥ୍ୟା ଏବଂ ଅସମ୍ପୂର୍ଣ୍ଣ ଇନପୁଟ୍ ଉପରେ ଆଧାରିତ ଏକ ଗୁଜବ ବୋଲି କହିଛନ୍ତି। ଭାରତ କହିଛି ଯେ, ରିପୋର୍ଟଟି ଗୁଜବ ଉପରେ ଆଧାରିତ ଭାବରେ ପ୍ରସ୍ତୁତ ଏବଂ ଜାତିସଂଘରେ ଉପସ୍ଥାପିତ କରାଯାଇଛି। ଭାରତର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କ ପାଇଁ ସ୍ୱାଧୀନତା ସୁନିଶ୍ଚିତ କରିଥାଏ।
ସ୍ୱରୂପ କହିଛନ୍ତି,ଶାନ୍ତିପୂର୍ଣ୍ଣ ସମାବେଶ ଏବଂ ସଂଗଠନର ସ୍ୱାଧୀନତା ଉପରେ ସ୍ୱତନ୍ତ୍ର ରିପୋର୍ଟରଙ୍କ ରିପୋର୍ଟକୁ ଭାରତ ସଜ୍ଞାନରେ ନେଇଛି। ଭାରତରେ ବାକ୍ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ଆମ ସମ୍ବିଧାନର ଧାରା ୧୯ ଅନୁଯାୟୀ ପ୍ରତ୍ୟେକ ନାଗରିକଙ୍କ ପାଇଁ ସୁନିଶ୍ଚିତ କରାଯାଇଛି। ଏସବୁକୁ ସ୍ୱାଧୀନ ନ୍ୟାୟପାଳିକା, ମୁକ୍ତ ପ୍ରେସ୍ ଏବଂ ଦୃଢ଼ ଜାତୀୟ ମାନବାଧିକାର କମିସନଙ୍କ ଦ୍ୱାରା ସୁରକ୍ଷା ପ୍ରଦାନ କରିଥାନ୍ତି।
ଏହି ରିପୋର୍ଟ ଏପରି ଏକ ସମୟରେ ଜାତିସଂଘରେ ଦାଖଲ କରାଯାଇଛି ଯେତେବେଳେ ଭାରତ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିଶାଳ ଯୁବ ପ୍ରତିବାଦ କରାଯାଉଛି। ଏକ ପାରସ୍ପରିକ ଆଲୋଚନା ଅଧିବେଶନ ସମୟରେ,ଭାରତୀୟ କୂଟନୀତିଜ୍ଞ ଅନୁଜ ସ୍ୱରୂପ ରୋମେରୋଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ମିଥ୍ୟା ଏବଂ ଯାଞ୍ଚ୍ ନ ହୋଇଥିବା ଦାବି ଉପରେ ଆଧାର କରି ବିଶ୍ୱର ସର୍ବବୃହତ ଯୁବ ଜନସଂଖ୍ୟା ବିରୋଧରେ ଏପରି ବଡ଼ ଧରଣ ଗୁରୁତର ଅଭିଯୋଗ କୌଣସି ପ୍ରମାଣ ଉପରେ ଆଧାରିତ ନୁହେଁ। ଏହା କେବଳ ଜାତିସଂଘରେ ରିପୋର୍ଟ ଭାବରେ ଉପସ୍ଥାପିତ ଏକ ଗୁଜବ। ଆମର ପ୍ରତିନିଧିମଣ୍ଡଳ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରୁଛନ୍ତି।
ଜଣେ ସ୍ୱତନ୍ତ୍ର ରିପୋର୍ଟର ୧୪୦ କୋଟି ଲୋକଙ୍କ ଦେଶ ବିଷୟରେ କୌଣସି ଠୋସ୍ ପ୍ରମାଣ ବିନା ଏପରି ମନ୍ତବ୍ୟ ଦେବା ଜାତିସଂଘ ଏବଂ ଏହାର ପ୍ରତିଷ୍ଠାନର ବିଶ୍ୱସନୀୟତାକୁ କ୍ଷୁର୍ଣ୍ଣ କରୁଛି। ଭାରତ ପରାମର୍ଶ ଦେଇଛି ଯେ, ଯେଉଁମାନେ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି ସେମାନେ ଉପସ୍ଥାପନା କରିବା ପୂର୍ବରୁ ତଥ୍ୟ ଯାଞ୍ଚ୍ କରିବା ଏବଂ ରିପୋର୍ଟରେ ସର୍ବାଧିକ ଗମ୍ଭୀରତା ଏବଂ ନିରପେକ୍ଷତା ଆଣିବା ଉଚିତ୍।
ଭାରତରେ ଯୁବବର୍ଗଙ୍କ ପାଇଁ ରାଜନୈତିକ ସ୍ଥାନ ସଙ୍କୁଚିତ ହେଉଛି ବୋଲି ଜିନା ରୋମେରୋଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ଅନୁଜ ସ୍ୱରୂପ ଜୁଲାଇ ମାସର ଛାତ୍ର ପ୍ରତିବାଦ ଏବଂ କକ୍ରୋଚ୍ ଜନତା ପାର୍ଟିର ଉଦାହରଣ ଦେଇ ପ୍ରଶ୍ନ କରିଥିଲେ ଏହା କେଉଁ ଦମନକାରୀ ଦେଶ ଯେଉଁଠାରେ ଯୁବବର୍ଗମାନେ ଏକ ବ୍ୟଙ୍ଗାତ୍ମକ ରାଜନୈତିକ ଆନ୍ଦୋଳନ ଆରମ୍ଭ କରନ୍ତି, ରାଜଧାନୀକୁ ପଦଯାତ୍ରା କରନ୍ତି ଏବଂ ତା’ପରେ ଦେଶର ବରିଷ୍ଠ କେନ୍ଦ୍ରୀୟ ମନ୍ତ୍ରୀମାନେ ସେମାନଙ୍କ ସହିତ ବସି କଥା ହୁଅନ୍ତି?
ସାର୍ବଜନୀନ ପରୀକ୍ଷାରେ ଅନିୟମିତତା ନେଇ ଛାତ୍ର ପ୍ରତିବାଦ ପ୍ରତି ସରକାରଙ୍କ ପ୍ରତିକ୍ରିୟା ସମ୍ପର୍କରେ ଉଲ୍ଲେଖ କରି ସ୍ୱରୂପ କହିଛନ୍ତି ଯେ ସରକାର ଯୁବପିଢ଼ିଙ୍କ ସହିତ ସକାରାତ୍ମକ ଭାବରେ ଜଡିତ ଅଛନ୍ତି ଏବଂ ପରୀକ୍ଷା ଭୁଲ୍ ରୋକିବା ପାଇଁ ପଦକ୍ଷେପ ନେଇଛନ୍ତି।
What's Your Reaction?