ଆଉ ନାହାନ୍ତି ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା

Aug 13, 2024 - 11:57
 0  3
ଆଉ ନାହାନ୍ତି ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା

ଆଉ ନାହାନ୍ତି ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁ  । ଆଜି ତାଙ୍କ ପରଲୋକ ଘଟିଛି ୭୦ ବର୍ଷ ବୟସରେ । କିଛି ଦିନ ହେବ ସେ ମଧୁମେହ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି । ତାଙ୍କ ଶେଷ ଦର୍ଶନ ପାଇଁ ବରପାଲି ସ୍ଥିତ ତାଙ୍କ ବାସଭବନରେ ଲାଗିଛି ଲୋକଙ୍କ ଭିଡ । ସୋମବାର ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଛି। ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ କାଇଁଶିର ଗ୍ରାମର ସେ ବାସିନ୍ଦା। ଝାରସୁଗୁଡ଼ାରେ ରହୁଥିବା ସାନପୁଅଙ୍କ ଘରେ ସେ ଥିଲେ ଏବଂ ଅସୁସ୍ଥତା ଅନୁଭବ କରିଥିଲେ। ସେଠାରେ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ମିଳିଛି ସୂଚନା। ସ୍ବର୍ଗତ ସାହୁ ପୋଲିସ ବିଭାଗରେ ରହି ବିଭିନ୍ନ ଥାନାରେ ଥିଲେ କାର୍ଯ୍ୟରତ । 

What's Your Reaction?

like

dislike

love

funny

angry

sad

wow