ଆଦିବାସୀ ପିଲାଙ୍କ ଭାଗ୍ୟ ଲେଖୁଛନ୍ତି ଭାଗ୍ୟଶ୍ରୀ, ମାଗଣାରେ ଅନଲାଇନ ମାଧ୍ୟମରେ ପଢ଼ାଉଛନ୍ତି ପାଠ !

Sep 2, 2026 - 17:31
 0  1
ଆଦିବାସୀ ପିଲାଙ୍କ ଭାଗ୍ୟ ଲେଖୁଛନ୍ତି ଭାଗ୍ୟଶ୍ରୀ, ମାଗଣାରେ ଅନଲାଇନ ମାଧ୍ୟମରେ ପଢ଼ାଉଛନ୍ତି ପାଠ !

ଆଦିବାସୀ ଅଞ୍ଚଳର ପିଲାଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ଜିଲ୍ଲା ପ୍ରଶାସନ ସହଯୋଗରେ ଅନଲାଇନ୍ ମାଧ୍ୟମରେ ପାଠ ପଢ଼ାଉଛନ୍ତି। ଗୁଗଲ ମିଟ୍ ଜରିଆରେ ସପ୍ତାହକୁ ଦୁଇଥର ସେ ପ୍ରାୟ ୧୦ ହଜାର ଏସସି ଓ ଏସଟି ବିଭାଗୀୟ ଛାତ୍ରଛାତ୍ରୀଙ୍କୁ ମାଗଣାରେ କମ୍ପ୍ୟୁଟର ଶିକ୍ଷା ଦେଉଛନ୍ତି।

ବର୍ତ୍ତମାନ ପିଲାମାନେ ବେସିକ୍ ଠାରୁ ଆରମ୍ଭ କରି କମ୍ପ୍ୟୁଟର ପ୍ରୋଗ୍ରାମିଂ ପର୍ୟ୍ୟନ୍ତ ବିଭିନ୍ନ ଜ୍ଞାନ ଆହରଣ କରୁଛନ୍ତି। ତାଙ୍କର ଏହି ନିଃସ୍ୱାର୍ଥପର ପ୍ରୟାସ ଅଞ୍ଚଳରେ ପ୍ରଶଂସା ସାଉଁଟିଛି। ତେବେ ମହାରାଷ୍ଟ୍ରର ରତ୍ନାଗିରି ଜିଲ୍ଲାର ଚିପଲୁନ ଗାଁରେ ଭାଗ୍ୟଶ୍ରୀଙ୍କ ଜନ୍ମ। 

ବିଦ୍ୟାଳୟରେ ଖତ ଖାଉଥିଲା ଶହ ଶହ କମ୍ପ୍ୟୁଟର। ନା କମ୍ପ୍ୟୁଟର ଶିକ୍ଷକ, ନା ଟ୍ରେନର। କମ୍ପ୍ୟୁଟର ଲ୍ୟାବରେ କେବଳ କମ୍ପ୍ୟୁଟର ଦେଖି ଦେଖି ନିଜ ଭାଗ୍ୟକୁ ଆଦରି ପଢ଼ୁଥିଲେ ମାଲକାନଗିରି ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ। ଶିକ୍ଷକ ଅଭାବରୁ ପିଲାଏ ପଢ଼ିବାରୁ ବଞ୍ଚିତ ହେଉଥିଲେ। ଏହି ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛନ୍ତି ମୁମ୍ବାଇର ମହିଳା ଆଇ.ଟି ଇଂଜିନିୟର ଭାଗ୍ୟଶ୍ରୀ ଦିଗମ୍ବର ଯାଦବ। ଏକ ବହୁରାଷ୍ଟ୍ରୀୟ କମ୍ପାନିର ଜାଭା ଟେକ୍ ଲିଡ୍ ଭାବେ କାର୍ୟ୍ୟରତ ଭାଗ୍ୟଶ୍ରୀ, ଆଦିବାସୀ ଅଞ୍ଚଳର ପିଲାଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ଜିଲ୍ଲା ପ୍ରଶାସନ ସହଯୋଗରେ ଅନଲାଇନ୍ ମାଧ୍ୟମରେ ପାଠ ପଢ଼ାଉଛନ୍ତି। ଗୁଗଲ ମିଟ୍ ଜରିଆରେ ସପ୍ତାହକୁ ଦୁଇଥର ସେ ପ୍ରାୟ ୧୦ ହଜାର ଏସସି ଓ ଏସଟି ବିଭାଗୀୟ ଛାତ୍ରଛାତ୍ରୀଙ୍କୁ ମାଗଣାରେ କମ୍ପ୍ୟୁଟର ଶିକ୍ଷା ଦେଉଛନ୍ତି। ବର୍ତ୍ତମାନ ପିଲାମାନେ ବେସିକ୍ ଠାରୁ ଆରମ୍ଭ କରି କମ୍ପ୍ୟୁଟର ପ୍ରୋଗ୍ରାମିଂ ପର୍ୟ୍ୟନ୍ତ ବିଭିନ୍ନ ଜ୍ଞାନ ଆହରଣ କରୁଛନ୍ତି। ତାଙ୍କର ଏହି ନିଃସ୍ୱାର୍ଥପର ପ୍ରୟାସ ଅଞ୍ଚଳରେ ପ୍ରଶଂସା ସାଉଁଟିଛି। ତେବେ ମହାରାଷ୍ଟ୍ରର ରତ୍ନାଗିରି ଜିଲ୍ଲାର ଚିପଲୁନ ଗାଁରେ ଭାଗ୍ୟଶ୍ରୀଙ୍କ ଜନ୍ମ। ବିଟେକ୍ ଡିଗ୍ରି ସାରି ଗତ ୧୧ ବର୍ଷ ଧରି ମଲ୍ଟି ନ୍ୟାସନାଲ କମ୍ପାନିରେ ଚାକିରି କରୁଛନ୍ତି। ଶିକ୍ଷା କ୍ଷେତ୍ରରେ କାମ କରିବା ଲାଗି ପିଲାଟି ଦିନରୁ ତାଙ୍କ ଇଚ୍ଛା ଥିଲା। କୋରାପୁଟ ଗସ୍ତ କଲା ପରେ ଓଡ଼ିଶାର ଉପାନ୍ତ ଅଞ୍ଚଳରେ କମ୍ପ୍ୟୁଟର ଶିକ୍ଷାଦାନ ଲାଗି ତାଙ୍କର ଇଚ୍ଛା ହୋଇଥିଲା। ଫାଙ୍କା ସମୟରେ ପିଲାଙ୍କ କମ୍ପ୍ୟୁଟର ଶିକ୍ଷାଦାନ ଦିଗରେ କାମ କରନ୍ତି ଭାଗ୍ୟଶ୍ରୀ ଦିଗାମ୍ବର ଯାଦବ।

କାହା ପାଇଁ କମ୍ପ୍ୟୁଟର?
ରାଜ୍ୟରେ ସମସ୍ତ ଆବାସିକ ବିଦ୍ୟାଳୟରେ କମ୍ପ୍ୟୁଟର ଅଛି, କମ୍ପ୍ୟୁଟର ଶିକ୍ଷକ ନାହାନ୍ତି
ମାଲକାନଗିରି ଜିଲ୍ଲାରେ ୨୪ଟି ଆବାସିକ ବିଦ୍ୟାଳୟରେ ୨୪୦ଟି କମ୍ପ୍ୟୁଟର ରହିଛି
କେଏମ୍‌ଆର୍‌ଏସ୍‌ ବିଦ୍ୟାଳୟରେ ମଧ୍ୟ ୮ ଟି କମ୍ପ୍ୟୁଟର ରହିଛି
ସମସ୍ତ ବିଦ୍ୟାଳୟରେ କମ୍ପ୍ୟୁଟର ଲ୍ୟାବ୍‌ ସହ ମୋଟ ୨୪୮ ଟି କମ୍ପ୍ୟୁଟର ରହିଛି
କୌଣସି ଗୋଟିଏ ସ୍ଥାନରେ ମଧ୍ୟ କମ୍ପ୍ୟୁଟର ଶିକ୍ଷକ ନାହାନ୍ତି
ସ୍କୁଲ ଓ ଗଣଶିକ୍ଷା ବିଭାଗରେ ୧୫୦୦ ରୁ ୨୦୦୦ କମ୍ପ୍ୟୁଟର ରହିଛି
୫ଟି ଉଚ୍ଚ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୦ ରୁ ୨୦ଟି କମ୍ପ୍ୟୁଟର ରହିଛି
ଏଠାରେ ମଧ୍ୟ ପିଲାଙ୍କ ଶିକ୍ଷାଦାନ ଲାଗି କୌଣସି ସ୍ଥାୟୀ ବ୍ୟବସ୍ଥା ନାହିଁ  ! 

What's Your Reaction?

like

dislike

love

funny

angry

sad

wow