ଆବର୍ଜନା ପାଣି ଭାସୁଛି ଶ୍ରୀମନ୍ଦିର ସିହଂଦ୍ୱାର ସମ୍ମୁଖରେ

Aug 17, 2024 - 11:10
 0  2
ଆବର୍ଜନା ପାଣି ଭାସୁଛି ଶ୍ରୀମନ୍ଦିର ସିହଂଦ୍ୱାର ସମ୍ମୁଖରେ

ଆବର୍ଜନା ପାଣି ଭାସୁଛି ଶ୍ରୀମନ୍ଦିର ସିହଂଦ୍ୱାର ସମ୍ମୁଖରେ। ସକାଳୁ ମହାପ୍ରଭୁଙ୍କ  ମଙ୍ଗଳାଳତୀ ପରେ ଅନ୍ୟାନ୍ୟ ନିତି ଚାଲିଥିବା ବେଳେ ସିଂହଦ୍ଵାର ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି। ଦଖିଣଦ୍ୱାର ପେଜନଳା ଓ ଏମାରମଠ ଆଡୁ ନଳାରୁ ବାହାରୁଛି ପେଜ ପାଣି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ଦିରକୁ ଆସୁଥିବା ଭକ୍ତ ଓ ଶ୍ରୀମନ୍ଦିର ସେବାୟତ । ପେଜ ନଳା ପାଣିକୁ ପାଦରେ ମାଡ଼ି ଭକ୍ତମାନେ ମନ୍ଦିରକୁ ପ୍ରବେଶ କରୁଥିବାରୁ ଶ୍ରୀମନ୍ଦିର ନାତିକାନ୍ତିରେ ସମସ୍ୟା ଓ ମୁକୁଟ ମାରା ହେଉଥିବା ଅଭିଯୋଗ କରିଛନ୍ତି ପୂଜାପଣ୍ଡା ସେବାୟତ । ସେପଟେ ଅଳିଆ ପାଣିକୁ ସଫା କରିବା ପାଇଁ ନାକେଦମ ହେଲେଣି ସଫେଇ କର୍ମଚାରୀ । ଯେତେ ସଫା କରୁଛନ୍ତି ସେତେ ପାଣି ବାହାରୁଛି । 

What's Your Reaction?

like

dislike

love

funny

angry

sad

wow