ବିଜୟ ପଟ୍ଟନାୟକ ଦେଲେ କଂଗ୍ରେସରୁ ଇସ୍ତଫା

Aug 16, 2024 - 17:48
 0  4
ବିଜୟ ପଟ୍ଟନାୟକ ଦେଲେ କଂଗ୍ରେସରୁ ଇସ୍ତଫା

ବିଜୟ ପଟ୍ଟନାୟକ ଦେଲେ କଂଗ୍ରେସରୁ ଇସ୍ତଫା । ମେଲ୍‌ ଯୋଗେ AICCକୁ ବିଜୟ ପଟ୍ଟନାୟକ ପଠାଇଛନ୍ତି ଇସ୍ତଫା ପତ୍ର। ପ୍ରଶାସନିକ ଅଧିକାରୀରୁ କଂଗ୍ରେସ ନେତା ସାଜିଥିବା ବିଜୟ ପଟ୍ଟନାୟକ ଚଳିତ ନିର୍ବାଚନରେ ପାରଳାଖେମୁଣ୍ଡିରୁ ବିଧାନସଭା ନିର୍ବାଚନ ଲଢି ହୋଇଥିଲେ ପରାଜିତ ।ତେବେ କଂଗ୍ରେସରୁ ଇସ୍ତଫା ଦେବାପରେ ବିଜୟ କହିଛନ୍ତି ଦଳରେ ମୋର କୌଣସି ଆବଶ୍ୟକତା ନଥିବା ଅନୁଭବ କଲି। ଦଳରେ କୌଣସି ସମ୍ମାନ ନାହିଁ। ମୁଁ କଂଗ୍ରେସ ପାଇଁ ଉପଯୋଗୀ ନୁହେଁ, ଏଣୁ ମୁଁ ସେ ଦଳ ଛାଡିଲି। ଏଥି ସହିତ ଅନ୍ୟ ଦଳରେ ଯୋଗଦେବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବିଜୟ କହିଛନ୍ତି ଆଉ କୌଣସି ଦଳରେ ଯୋଗଦେବାର ନାହିଁ। ଲୋକଙ୍କ ପାଖକୁ ଯିବି, ଲୋକଙ୍କ ପାଇଁ କାମ କରିବି।

What's Your Reaction?

like

dislike

love

funny

angry

sad

wow