ମା' ବୈଷ୍ଣୋ ଦେବୀ ମାର୍ଗର ଦୁଇଟି ସ୍ଥାନରେ ହୋଇଛି ଭୂସ୍ଖଳନ

Aug 17, 2024 - 11:17
 0  1
ମା' ବୈଷ୍ଣୋ ଦେବୀ ମାର୍ଗର ଦୁଇଟି ସ୍ଥାନରେ ହୋଇଛି ଭୂସ୍ଖଳନ

ମା' ବୈଷ୍ଣୋ ଦେବୀ ଭବନର ଦୁଇଟି ସ୍ଥାନରେ ହୋଇଛି ଭୂସ୍ଖଳନ । ପ୍ରବଳ ବର୍ଷାରେ ବାଣଗଙ୍ଗା ଅଞ୍ଚଳର ଗୁଲସନ ନଗର ନିକଟରେ ଭୂସ୍ଖଳନ ଘଟି ଟିନ୍ ସେଡ୍ ଉପରେ ପଡ଼ିଥିଲା ପ୍ରବଳ ପଥର । ଏହି ସମୟରେ ଯାତ୍ରା ଜାରି  ଥିବାବେଳେ ସୌଭାଗ୍ୟବଶତଃ କୌଣସି ଶ୍ରଦ୍ଧାଳୁ ହୋଇନଥିଲେ ଆହତ । ଏହାପରେ ମନ୍ଦିର ବୋର୍ଡ ପକ୍ଷରୁ ଉକ୍ତ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ଗମନାଗମନ ଉପରେ କଟକଣା ଜାରି କରାଯିବା ସହ ସନ୍ଧ୍ୟା ପର୍ଯ୍ୟନ୍ତ  ପଥରଗୁଡ଼ିକୁ ହଟାଇବା ପାଇଁ ଆରମ୍ଭ ହୋଇଥିଲା ଅଭିଯାନ। ବିଳମ୍ବିତ ସନ୍ଧ୍ୟାରେ ପଥର ଉଚ୍ଛେଦ ସହ ରାସ୍ତା ସଫା କରିବା ପରେ ଯାତାୟାତ ହୋଇଥିଲା ସ୍ବାଭାବିକ ।

What's Your Reaction?

like

dislike

love

funny

angry

sad

wow