ଓଡ଼଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ

Aug 17, 2024 - 11:24
 0  2
ଓଡ଼଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ

ଦିନିକିଆ ଓଡ଼଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । କେନ୍ଦ୍ରମନ୍ତ୍ରୀ ଛନ୍ତି । ଆଜି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ନବ ନିର୍ବାଚିତ ବିଧାୟକମାନଙ୍କ ସହ ବାଣ୍ଟିବେ ନିଜ ଅନୁଭୂତି । ଏହି କାର୍ଯ୍ୟକ୍ରମରେ ସାରି ସେ ଦିଲ୍ଲୀ ଫେରିଯିବା ନେଇ ରହିଛି ସୂଚନା। ଆଜିଠୁ ପ୍ରଶିକ୍ଷଣ ନେବେ ନବାଗତ ବିଧାୟକ । ଦୁଇ ଦିନ ଧରି ଚାଲିବ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ। ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାଚସ୍ପତି ସୁରମା ପାଢୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ପ୍ରଶିକ୍ଷଣ ଶିବିରକୁ କରିବେ ସମ୍ବୋଧିତ । 

What's Your Reaction?

like

dislike

love

funny

angry

sad

wow