ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ହୋଇଛି ଆରମ୍ଭ

Aug 20, 2024 - 11:54
 0  2
ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ହୋଇଛି ଆରମ୍ଭ

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ହୋଇଛି ଆରମ୍ଭ। ଗୃହ କାର୍ଯ୍ୟ ଆରମ୍ଭରେ ପୂର୍ବତନ ବିଧାୟକ ସୁନ୍ଦର ମୋହନ ମାଝୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ଏହାକୁ କରିଥିଲେ ସମର୍ଥନ। ପରେ ପ୍ରଶ୍ନକାଳ ଆରମ୍ଭ ହେବାରୁ ଗୃହର ମଧ୍ୟ ଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। କଲେଜରେ ଛାତ୍ର ସଂସଦ ନିର୍ବାଚନ ଦାବି କରି କରିଥିଲେ ହଟ୍ଟଗୋଳ। ସେପଟେ ବିଜେଡି ବିଧାୟକ ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ପ୍ରସଙ୍ଗ ଉଠାଇ କରିଥିଲେ ହଙ୍ଗାମା। ଫଳରେ ବାଚସ୍ପତି ଗୃହକୁ ୧୧ଟା ୪୧ ମିନିଟ ପର୍ଯ୍ୟନ୍ତ ରଖିଥିଲେ ମୁଲତବୀ।

What's Your Reaction?

like

dislike

love

funny

angry

sad

wow