କେଦାରନାଥ ମାର୍ଗରେ ଏବେ ବି ୧୭ ନିଖୋଜ

Aug 18, 2024 - 11:27
 0  1
କେଦାରନାଥ ମାର୍ଗରେ ଏବେ ବି ୧୭ ନିଖୋଜ

ଉତ୍ତରାଖଣ୍ଡର କେଦାରଘାଟିରେ ହୋଇଥିବା ବିପର୍ଯ୍ୟୟ ପରଠାରୁ ଏପର୍ଯ୍ୟନ୍ତ ୭ଜଣଙ୍କ ମୃତଦେହ କରାଯାଇଛି ଉଦ୍ଧାର । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମିଳିଛି ପରିଚୟ । ସେପଟେ ସୋନପ୍ରୟାଗ ଥାନାରେ ୨୩ ଜଣ ନିଖୋଜ ଥିବା ମିଳିଛି ସୂଚନା । ମୃତଦେହ ନିଖୋଜ ଅଛି କି ନାହିଁ ସେ ନେଇ ଏପର୍ଯ୍ୟନ୍ତ ସ୍ଥିତି ହୋଇନାହିଁ ସ୍ପଷ୍ଟ । ନିଖୋଜ ହୋଇଥିବା ୧୭ ଜଣଙ୍କ ମଧ୍ୟରେ ମଧ୍ୟ ଅଛନ୍ତି ତୀର୍ଥଯାତ୍ରୀଙ୍କ ସହ କିଛି ସ୍ଥାନୀୟ ଲୋକ । ସେମାନଙ୍କୁ ଖୋଜିବା ପାଇଁ ଗୌରୀକୁଣ୍ଡ-କେଦାରନାଥ ରାସ୍ତାରେ ଜାରି ରହିଛି ତଲାସି ଅଭିଯାନ  ।

What's Your Reaction?

like

dislike

love

funny

angry

sad

wow