ପୁଣି ଉପାସରେ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ

Aug 18, 2024 - 11:48
 0  1
ପୁଣି ଉପାସରେ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ

ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ। ପୂଜା ପଣ୍ଡା ନିଯୋଗ ଓ ବଡୁ ନିଯୋଗ ବିବାଦ ପାଇଁ ନୀତି କାନ୍ତି ବନ୍ଦରହିଛି । ଗତକାଲି ସନ୍ଧ୍ୟା ଧୂପ ପରଠୁ ନୀତି ବନ୍ଦ ରହିଛି। ପଇତା ଲାଗି ନୀତି ପାଇଁ ଉଭୟ ନିଯୋଗ ମଧ୍ୟରେ ଲାଗି ରହିଛି ବିବାଦ । ଗତ ୨୦୨୦ ମସିହାରୁ ଅନୁଷ୍ଠିତ ହୋଇ ପାରୁନାହିଁ ପଇତା ଲାଗି ନୀତି । ସାଧାରଣ ଦର୍ଶନ ଚାଲିଥିବା ବେଳେ ବନ୍ଦ ରହିଛି ନୀତି । ଗତ ୫ ବର୍ଷ ହେବ ଏପରି ଅଚଳାବସ୍ଥା ଲାଗି ରହିଛି। ପ୍ରତିବର୍ଷ ଶିବ ପବିତ୍ରାରୋପଣର ଦିନକ ପୂର୍ବରୁ ନୀତି ହୋଇଯାଉଛି ବନ୍ଦ । ଏଥିରେ ରୋକ୍ ଲଗାଇବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଇଥିଲା। ମନ୍ଦିର କାର୍ୟ୍ୟାଳୟ ପକ୍ଷରୁ ସହକାରୀ ଦେବୋତ୍ତର କମିଶନରଙ୍କଠାରେ ଏକ ଅନ୍ତରୀଣ ଆବେଦନ କରାଯାଇଥିଲା। ହେଲେ ଏବେ ହଠାତ୍ ଦେଖିବାକୁ ମିଳିଛି ଏପରି ଅଚଳାବସ୍ଥା ।

What's Your Reaction?

like

dislike

love

funny

angry

sad

wow