ଗୁଡ଼ଭେଲା ବ୍ଳକ ନୂଆପଡ଼ା ଗାଁରେ ଝାଡ଼ାବାନ୍ତି ଆତଙ୍କ

Aug 25, 2024 - 17:47
 0  3
ଗୁଡ଼ଭେଲା ବ୍ଳକ ନୂଆପଡ଼ା ଗାଁରେ ଝାଡ଼ାବାନ୍ତି ଆତଙ୍କ

ବଲାଙ୍ଗିର ଗୁଡ଼ଭେଲା ବ୍ଳକ ନୂଆପଡ଼ା ଗାଁରେ ଝାଡ଼ାବାନ୍ତି ଆତଙ୍କ। ଗାଁରେ ୬୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେଥିରୁ ୪ ଗୁରୁତରଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ କରାଯାଇଛି ଭର୍ତି । ଡାଇରିଆକୁ ନେଇ  ଗ୍ରାମବାସୀଙ୍କ ମଧ୍ୟରେ ରହିଛି ଭୟର ବାତାବରଣ । ଗତ ୨୧ ତାରିଖରୁ ନୂଆପଡ଼ା ଗାଁରେ ଝାଡ଼ାବାନ୍ତି ହୋଇଥିଲା ଆରମ୍ଭ। ତିନି ଦିନ ଭିତରେ ଏହା ବ୍ୟାପିଛି ସମଗ୍ର ଗାଁକୁ । ସୂଚନା ପରେ ଭ୍ରାମ୍ୟମାଣ ହେଲଥ ୟୁନିଟ୍ ସମେତ ଆଶା ଓ ସ୍ବାସ୍ଥ୍ୟକର୍ମୀ ଗାଁରେ ପହଞ୍ଚି କରୁଛନ୍ତି ଯାଞ୍ଚ । ଦୂଷିତ ପାଣି ପିଇବା ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥୁବା କରାଯାଉଛି ଅନୁମାନ । ସ୍ଥାନୀୟ ବିଡିଓଙ୍କ ସମେତ ଅନ୍ଯ ଅଧିକାରୀ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।ଗାଁକୁ ଟ୍ୟାଙ୍କର ପାଣି ଯୋଗାଣ ହୋଇଛି ଆରମ୍ଭ । ଅସ୍ଥାୟୀ କ୍ୟାମ୍ପ ଖୋଲି ରୋଗୀଙ୍କ କରାଯାଉଛି ଚିକିତ୍ସା। ଲୋକଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ ସହ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗ ଦେଇଛି ପରାମର୍ଶ । 

What's Your Reaction?

like

dislike

love

funny

angry

sad

wow