ଇଣ୍ଡୋରରେ ଶପଥ ନେବେ ଆମେରିକାର ରାଷ୍ଟ୍ରପତି
୪୦ ବର୍ଷ ମଧ୍ୟରେ ପ୍ରଥମ ଥର ଜଣେ ଆମେରିକୀୟ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହର ସ୍ଥାନ ପରିବର୍ତ୍ତନ ହେବ। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ କ୍ୟାପିଟାଲ ରୋଟୁଣ୍ଡାର ଏକ ବନ୍ଦ ସ୍ଥାନରେ କରିବେ ଶପଥ ଗ୍ରହଣ। ୧୯୮୫ ପରଠାରୁ ଏହା ପ୍ରଥମ ଥର ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ଇଣ୍ଡୋରରେ ଅନୁଷ୍ଠିତ ହେବ । ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ଥଣ୍ଡା ସତର୍କତା ଯୋଗୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବର ସ୍ଥାନ ମଧ୍ୟ ହୋଇଛି ପରିବର୍ତ୍ତନ। ୧୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ବିଦେଶୀ ନେତାମାନେ ।
What's Your Reaction?