ଇଣ୍ଡିଗୋ ବିମାନରେ ବୋମା ଧମକ

Jun 1, 2024 - 12:24
 0  4
ଇଣ୍ଡିଗୋ ବିମାନରେ ବୋମା ଧମକ

ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଏକ ବିମାନକୁ ଆଜି ସକାଳୁ କରାଯାଇଛି ଜରୁରୀକାଳୀନ ଅବତରଣ । ସୂଚନା ଅନୁଯାୟୀ, ବିମାନଟିକୁ ବୋମା ଧମକ ମିଳିବା ପରେ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଚାଲୁଥିବା ଇଣ୍ଡିଗୋ ବିମାନ ୬ଇ୫୩୧୪ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବିମାନଟି ମୁମ୍ବାଇରେ ଅବତରଣ କରିବା ପରେ ବିମାନ କର୍ମଚାରୀମାନେ ନିୟମ ଅନୁସରଣ କରିଥିଲେ ଏବଂ ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶାବଳୀ ଅନୁଯାୟୀ ବିମାନକୁ ଏକ ପୃଥକ ସ୍ଥାନକୁ ନେଇ ଯାଇଛନ୍ତି। ତେବେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଅବତରଣ କରାଯାଇଥିବା ରହିଛି ସୂଚନା ।

What's Your Reaction?

like

dislike

love

funny

angry

sad

wow